
ପାକ୍ୟୋଙ୍ଗ, ୦୧ ନଭେମ୍ବର (ଆଇପିଆର୍)। କେନ୍ଦ୍ରୀୟ ପଞ୍ଚାୟତିରାଜ, ମତ୍ସ୍ୟଚାଷ, ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ତିନିଦିନିଆ ସରକାରୀ ଗସ୍ତରେ ଆଜି ସିକ୍କିମରେ ପହଞ୍ଚିଛନ୍ତି। ଏହି ତିନିଦିନିଆ ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ସମ୍ପୃକ୍ତ ବିଭାଗଗୁଡ଼ିକର ବିଭିନ୍ନ ଯୋଜନା ଓ ପଦକ୍ଷେପର ଅଗ୍ରଗତି ସମୀକ୍ଷା କରିବେ।
ପାକ୍ୟୋଙ୍ଗରେ ପହଞ୍ଚିବା ପରେ ସିକ୍କିମ ମିଲ୍କ ୟୁନିୟନର ଅଧ୍ୟକ୍ଷ ୟମ କୁମାର ମିଶ୍ର, ମତ୍ସ୍ୟ ବିଭାଗର ସଚିବ ରୋଶନୀ ରାଇ, ପଶୁପାଳନ ଓ ପଶୁ ଚିକିତ୍ସା ସେବା ବିଭାଗର ପ୍ରଧାନ ନିର୍ଦ୍ଦେଶକ ତଥା ସଚିବ ଡ. ସନ୍ଦୀପ ଗୁରୁଙ୍ଗ, ସିକ୍କିମ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ୟୁନିୟନ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଡ. ଟି.ବି. ଘଟାନିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଏବଂ ଦୁଗ୍ଧ ସମବାୟ ସମିତିର ପ୍ରତିନିଧିମାନେ ତାଙ୍କୁ ସ୍ୱାଗତ କରିଥିଲେ।
ତିନିଦିନିଆ ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ସମ୍ପୃକ୍ତ ବିଭାଗଗୁଡ଼ିକର ବିଭିନ୍ନ ଯୋଜନା ଓ ପଦକ୍ଷେପର ଅଗ୍ରଗତି ସମୀକ୍ଷା କରିବେ। ଏହାବ୍ୟତୀତ ସେ ମଙ୍ଗନ ଜିଲ୍ଲା ଗସ୍ତ କରି ବିଦ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ର, ସିରି ପ୍ରଜାତିର ଷଣ୍ଢ ପ୍ରଦର୍ଶନୀ ଏବଂ ମତ୍ସ୍ୟ ସମବାୟ ସମିତିଗୁଡ଼ିକର ପରିଦର୍ଶନ କରିବେ। ଏହି ଅବସରରେ ସେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବେ।
ଗସ୍ତ କାର୍ଯ୍ୟକ୍ରମ ଅନୁଯାୟୀ, ମନ୍ତ୍ରୀ ସିଂହ ଗାଙ୍ଗଟକସ୍ଥିତ ସିକ୍କିମ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ୟୁନିୟନ ଲିମିଟେଡ୍ରେ ଦୁଗ୍ଧ ସମବାୟ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ପଦକ୍ଷେପର ଶୁଭାରମ୍ଭ ମଧ୍ୟ କରିବେ। ଦୁଗ୍ଧ ସମବାୟ କ୍ଷେତ୍ରକୁ ସୁଦୃଢ଼ କରିବା ସହ ସମବାୟ ଭିତ୍ତିକ ବିକାଶ ମାଧ୍ୟମରେ ସ୍ଥାୟୀ ଜୀବିକାକୁ ପ୍ରୋତ୍ସାହିତ କରିବା ଏହି ପଦକ୍ଷେପଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା