ସକ୍ରିୟ ହେଲା ଘୂର୍ଣ୍ଣିବଳୟ ମୁରାସୁ ', ଆନ୍ଧ୍ର ଉପକୂଳ ଛୁଇଁବାର ସମ୍ଭାବନା
ନୂଆଦିଲ୍ଲୀ, ନଭେମ୍ବର ୧ (ହି.ସ.) - ବଙ୍ଗୋପସାଗରରେ ଗଭୀର ଅବପାତ ମୁରାସୁ'' ଘୂର୍ଣ୍ଣିବଳୟରେ ପରିଣତ ହୋଇଛି। ଆଜି ଭାରତୀୟ ସମୟ ଅନୁସାରେ ରାତି ୧୧ଟା ୩୦ ମିନିଟରେ, ଝଡ଼ଟି ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇ ରହିଥିଲା। ଏହା ପଶ୍ଚିମ-ଉତର-ପଶ୍ଚିମ ଦି
ସକ୍ରିୟ ହେଲା ଘୂର୍ଣ୍ଣିବଳୟ ମୁରାସୁ ', ଆନ୍ଧ୍ର ଉପକୂଳ ଛୁଇଁବାର ସମ୍ଭାବନା


ନୂଆଦିଲ୍ଲୀ, ନଭେମ୍ବର ୧ (ହି.ସ.) - ବଙ୍ଗୋପସାଗରରେ ଗଭୀର ଅବପାତ ମୁରାସୁ' ଘୂର୍ଣ୍ଣିବଳୟରେ ପରିଣତ ହୋଇଛି। ଆଜି ଭାରତୀୟ ସମୟ ଅନୁସାରେ ରାତି ୧୧ଟା ୩୦ ମିନିଟରେ, ଝଡ଼ଟି ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇ ରହିଥିଲା। ଏହା ପଶ୍ଚିମ-ଉତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ନଭେମ୍ବର ୨ ତାରିଖ ସକାଳ ସୁଦ୍ଧା ଏକ ଭୟଙ୍କର ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗ ଅନୁଯାୟୀ, ଝଡ଼ଟି ଉତର-ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ପହଂଚିବାର ସମ୍ଭାବନା ରହିଛି। ଏହା ନଭେମ୍ବର ୨ ତାରିଖ ରାତି ୧୧ଟା ୩୦ ମିନିଟରୁ ନଭେମ୍ବର ୩ ତାରିଖ ସକାଳ ୪ଟା ମଧ୍ୟରେ ନେଲ୍ଲୋର ଏବଂ ନରସାପୁର ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ, ପବନର ବେଗ ଘଂଟା ପ୍ରତି ୧୦୦ ରୁ ୧୧୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ, ଯେତେବେଳେ କି ପବନର ବେଗ ଘଂଟା ପ୍ରତି ୧୨୦ କିଲୋମିଟର ପର୍ଯ୍ୟନ୍ତ ପହଂଚିବାର ପୂର୍ବାନୁମାନ କରାଯାଇଛି।

ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା - ପାଣିପାଗ ବିଭାଗ ଅନୁଯାୟୀ, ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଭାରତର ଅନେକ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ନଭେମ୍ବର ୧ ଏବଂ ୨ ତାରିଖରେ ତାମିଲନାଡ଼ୁରେ ଏବଂ ନଭେମ୍ବର ୨ ଏବଂ ୩ ତାରିଖରେ ଉପକୂଳ ଆନ୍ଧ୍ରପ୍ରଦେଶ, ରାୟଲସୀମା ଏବଂ ତେଲେଙ୍ଗାନାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ବିଭାଗ ମଧ୍ୟ ନଭେମ୍ବର ୩ ଏବଂ ୪ ରେ ଛତିଶଗଡ଼ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି। ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ୟାନାମରେ ନଭେମ୍ବର ୨ ଏବଂ ୩ ତାରିଖରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ନଭେମ୍ବର ୩ ତାରିଖରେ ତେଲେଙ୍ଗାନାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାତ୍ୟାର ଦିଗ, ତୀବ୍ରତା ଏବଂ ବର୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ସତର୍କ ସୂଚନା ଜାରି କରିଛି।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande