ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ଶୋଭାଯାତ୍ରା
ଜୟପୁର, ୧ ନଭେମ୍ବର (ହି.ସ.)- ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଏକ ସଚେତନତା ଶୋଭାଯାତ୍ରା ଆଜି ଅନୁଷ୍ଠିତ ହୋଇଛି । କୋରାପୁଟ ଡିଭିଜନ ଜୟପୁର ଭିଜିଲାନ୍ସ ବିଭାଗ ତରଫରୁ ରାଜା ନହର ଠାରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଏଠାରେ ମୁଖ୍ୟ ଅତିଥି ଭାବେ ଏଏସପି ଅନନ୍ତ ପ୍ରସାଦ ମଲ୍ଲିକ, ଡିଏସପି
ଦୁର୍ନିତୀ ନିବାରଣ ସପ୍ତାହ ଅବସରରେ ସଚେତନତା ଶୋଭାଯାତ୍ରା


ଜୟପୁର, ୧ ନଭେମ୍ବର (ହି.ସ.)- ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଏକ ସଚେତନତା ଶୋଭାଯାତ୍ରା ଆଜି ଅନୁଷ୍ଠିତ ହୋଇଛି । କୋରାପୁଟ ଡିଭିଜନ ଜୟପୁର ଭିଜିଲାନ୍ସ ବିଭାଗ ତରଫରୁ ରାଜା ନହର ଠାରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଏଠାରେ ମୁଖ୍ୟ ଅତିଥି ଭାବେ ଏଏସପି ଅନନ୍ତ ପ୍ରସାଦ ମଲ୍ଲିକ, ଡିଏସପି ଅଭୟ ପ୍ରଧାନ, ଭିଜିଲାନ୍ସ ସରକାରୀ ଓକିଲ ଶଶିଧର ପଟ୍ଟନାୟକ, ବରିଷ୍ଠ ଆଇନଜୀବି ଦାଶରଥି ପଟ୍ଟନାୟତ ଉପସ୍ଥିତ ଥିଲେ । ଗତ ୨୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆଜି ଉଦଯାପନ ହୋଇଥିଲା । ଏହି ସପ୍ତାହ ବ୍ୟାପି ପ୍ରତ୍ୟେକ ଜିଲାରେ ଶୋଭାଯାତ୍ରା, ଗ୍ରାମ ସଭା ଆଦି ଦ୍ୱାରା ଲୋକଙ୍କୁ ଦୁର୍ନତି ବିରୁଦ୍ଧରେ ଲଢିବା ପାଇଁ ସଚେତନ କରାଯାଇଛି । ଏହି ଶୋଭାଯାତ୍ରାରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସାମିଲ ହୋଇ ଦୁର୍ନୀତି ବିରୁଦ୍ଧରେ ଲଢିବାକୁ ଜୟପୁର ବାସୀଙ୍କୁ ସଚେତନ କରିଥିଲେ । ଏହି ଶୋଭାଯାତ୍ରା ମୁଖ୍ୟ ରାସ୍ତା ଦେଇ ଭିଜିଲାନ୍ସ କାର୍ଯ୍ୟାଳୟରେ ପହଞ୍ଚି ଥିଲା । ସମସ୍ତ ସରକାରୀ କର୍ମଚାରୀ ନିଜକୁ ଜନସେବକ ବୋଲି ଭାବନ୍ତୁ । ଜନ ସେବାରେ ନିଜକୁ ନିୟୋଜିତ କରନ୍ତୁ । ଅର୍ଥ ଲୋଭ, ମୋହରେ ପଡନ୍ତୁ ନାହିଁ । ଜନ ସାଧାରଣ ମଧ୍ୟ ଯଦି ତାଙ୍କ ପକ୍ଷରେ ଅନ୍ୟାୟ ହେଉଛି, କିଏ ଲାଞ୍ଚ ମାଗୁଛି କି ଦୁର୍ନୀତି ସମ୍ପର୍କରେ ଖବର ଥିଲେ ଭିଜିଲାନ୍ସକୁ ଜଣାଇବାକୁ ଏଏସପି ସୂଚନା ଦେଇଛନ୍ତି । ଜନତାଙ୍କ ସୁବିଧା ପାଇଁ କୌଣସି ପ୍ରକାର ଦୁର୍ନୀତିକୁ ବରଖାସ୍ତ କରାଯିବ ନାହିଁ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande