
ଭଦ୍ରକ, ୧୦ ନଭେମ୍ବର (ହି.ସ.) - ଭଦ୍ରକର ଐତିହାସିକ କାଳୀପୂଜା ଉପଲକ୍ଷେ ଏବିଭିପି ଭଦ୍ରକ ଜିଲା କମିଟି ପକ୍ଷରୁ ସେବା ଓ ସୂଚନା କେନ୍ଦ୍ର ଉଦ୍ଘାଟିତ ହୋଇଛି। ଏହି ଦିବସରେ ଏବିଭିପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ କ୍ଷୀରୋଦ ପଣ୍ଡା, ବିଦ୍ୟାର୍ଥୀ ପରିଷଦର ପୁରାତନ ଓ ଶୁଭେଚ୍ଛୁ କାର୍ଯ୍ୟକର୍ତା ଗୋବିନ୍ଦ ଚନ୍ଦ୍ର ରାଉତ, ନିରଞ୍ଜନ ସାହୁ, ବିଜୟ ଭୂଷଣ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକର୍ତାଙ୍କୁ ଉତ୍ସାହିତ କରିଥିଲେ। ଶତାଧିକ କାର୍ଯ୍ୟକର୍ତାଙ୍କ ମଧ୍ୟରେ ଜିଲ୍ଲା ପ୍ରମୁଖ ବସନ୍ତ କୁମାର ଦୀକ୍ଷିତ, ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ, ଜିଲ୍ଲା ସଂଯୋଜକ ଓଁକାର ମହାନ୍ତି, ପ୍ରାନ୍ତ ଫାର୍ମ ଭିଜନ ସହ-ସଂଯୋଜକ ସତ୍ୟବ୍ରତ ପଣ୍ଡା, ପ୍ରାନ୍ତ ସୋସିଆଲ ସହ-ସଂଯୋଜକ ଦେବୀ ପ୍ରସାଦ ଦାସ, ପ୍ରାନ୍ତ ସ.ଫ.ସ ସହ-ସଂଯୋଜକ ଗୌରାଙ୍ଗ ବାଲ, ପ୍ରାନ୍ତ ରାଷ୍ଟ୍ରୀୟ କଳା ମଂଚ ସହ-ସଂଯୋଜିକା ଗୌତମୀ ପାଢ଼ୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଗୋପୀ କୃଷ୍ଣ ବାରିକ, ପ୍ରାନ୍ତ ଖେଲୋ ଭାରତ ସହ-ସଂଯୋଜକ ଆୟୁଷ ପାଣିଗ୍ରାହୀଙ୍କ ସମେତ ଜିଲ୍ଲା ବିଭାଗ ଓ ପ୍ରାନ୍ତ କ୍ୟାମ୍ପସ ସ୍ତରୀୟ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। ୯ ଦିନ ବ୍ୟାପୀ ଏହି ସେବା କାର୍ଯ୍ୟ ଏବିଭିପି ୧୯୭୨ ମସିହାରୁ ଜାରି ରଖିଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ