
ଜୟପୁର, ୧୦ ନଭେମ୍ବର (ହି.ସ.) - କୋରାପୁଟ ଜିଲା ଜୟପୁର ଏୟାରପୋର୍ଟ ସମ୍ପ୍ରସାରଣ ସହ ଉନ୍ନତିକରଣ ନେଇ ପ୍ରଶାସନ ତରଫରୁ ଜନ ଶୁଣାଣି କାଯ୍ୟକ୍ରମ ଅନୁଷ୍ଟିତ । ଏନେଇ ଜୟପୁର ତହସିଲ ଅନ୍ତର୍ଗତ ଏକମ୍ବା, ବାଙ୍କବିଜା ଏବଂ ସୌରାଗୁଡାର ୩ଟି ଗ୍ରାମକୁ ନେଇ ଜନ ଶୁଣାଣଇ କାଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏକମ୍ବା, ବାଙ୍କବିଜା ଏବଂ ସୌରାଗୁଡାର ଜମି ମାଲିକ ମାନେ ଉପସ୍ଥିତ ଥିଲେ । ଜୟପୁର ପୋର୍ଟକୁ ୨-ବି ରୁ ୩-ସି ଶ୍ରେଣୀକୁ ଉନ୍ନତି କରଣ ହେବ । ଏହା ଏୟାର ପୋର୍ଟକୁ ସମ୍ପ୍ରସାରଣ ହେବ । ଏହା ଦ୍ୱାରା ଅବିଭକ୍ତ କୋରାପୁଟ ଜିଲା ବାସୀ ଉପକୃତ ହୋଇ ପାରିବେ । ଏନେଇ ଏହି ୩ଟି ଗ୍ରାମରୁ ୨୪୪.୦୨୨୮ ଏକର ଘୋରୋଇ ଜମି ଅଧିଗ୍ରହଣ କରାଯିବ । ଘରୋଇ ଜମି ଅଧିଗ୍ରହଣ ପାଇଁ ସାମାଜିକ ପ୍ରଭାବ ନିଦ୍ଧାରଣ ସମ୍ପର୍କିତ ଜନ ଶୁଣାଣି ହୋଇଛି । ବାଙ୍କବିଜା ପାଡିଆ ଠାରେ ଆୟୋଜିତ ଜନ ଶୁଣାଣି ଶିବିରରେ ଜୟପୁର ଉପ ଜିଲାପାଳ ଶୁଭ୍ରା ପଣ୍ଡା, ତହସଲିଦାର ସବ୍ୟସାଚି ଜେନା, ବିଡିଓ ଶକ୍ତି ମହାପାତ୍ର ଆରଟିଓ ରାଜେଶ ମାରାଣ୍ଡି , ଏକମ୍ବା ସରପଂଚ ମୋତି ସୁଣ୍ଢା, ଉମୁରି ସରପଞ ସବିତା ନାୟକ, ଏକମ୍ବା ସମିତି ସଭ୍ୟ ଅଭିମନ୍ୟୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ସେର୍ଭ କରାଯାଇ ଥିଲା । ସେହି ରିପୋର୍ଟ କୁ ଏହି ଜନ ଶୁଣାଣି ଶିବିରରେ ଉପସ୍ଥାପନା କରାଯାଇଥିଲା । ସର୍ଭେ ଅନୁଯାଇ ୩ଟି ଗ୍ରାମରେ ୭୫ଟି ପରିବାର ୨୯୩ଟି ଗଛ । ସହ ୨୪୪.୦୨୨୮ ଜମି ତି ଗ୍ରସ୍ତ ହେବ । ଏନେଇ ଜମି ମାଲିକ, ଘର ମାଲିକ ଙ୍କ ସହ କ୍ଷତି ପୁରଣ ସହ ଥଇଥାନ ନେଇ ପ୍ରଶାସନ ତରଫରୁ ଜନ ଶୁଣାଣିରେ ସୁଚନା ପ୍ରଦାନ କରାଯାଇଥିଲା । ଏଥିରେ ଗ୍ରାମ ବାସୀ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି