ରାସ୍ତାରେ ଶୁଖା ହୋଇଥିବା ଧାନରେ ଖସିଗଲା ଚଳନ୍ତା ବାଇକ, ଜଣେ ମୃତ, ଜଣେ ଗୁରୁତର
ଜୟପୁର, ୧୦ ନଭେମ୍ବର (ହି.ସ.) - ଜୟପୁର ସଦର ଥାନା ଅନ୍ତର୍ଗତ ଫାମ୍ପୁଣିରେ ଏକ ଘଟିଛି ଦୁର୍ଘଟଣା। ରାସ୍ତାରେ ଶୁଖା ହୋଇଥିବା ଧାନରେ ଖସି ବାଇକ ଦୁର୍ଘଟଣା । ଫଳରେ ଜଣେ ମୃତ ଓ ଜଣେ ଗୁରୁତର ହୋଇଛନ୍ତି । ଏନେଇ ଜୟପୁର ସଦର ଥାନା ରେ ଲିଖିତ ଅଭିଯୋଗ ହୋଇଛି । ମୃତକ ହେଲେ ବଳରାମ ଗୌଡ (୪୧) । ଅଭିଯୋଗ ଅନୁ
ରାସ୍ତାରେ ଶୁଖା ହୋଇଥିବା ଧାନରେ ଖସିଗଲା ଚଳନ୍ତା ବାଇକ, ଜଣେ ମୃତ, ଜଣେ ଗୁରୁତର


ଜୟପୁର, ୧୦ ନଭେମ୍ବର (ହି.ସ.) - ଜୟପୁର ସଦର ଥାନା ଅନ୍ତର୍ଗତ ଫାମ୍ପୁଣିରେ ଏକ ଘଟିଛି ଦୁର୍ଘଟଣା। ରାସ୍ତାରେ ଶୁଖା ହୋଇଥିବା ଧାନରେ ଖସି ବାଇକ ଦୁର୍ଘଟଣା । ଫଳରେ ଜଣେ ମୃତ ଓ ଜଣେ ଗୁରୁତର ହୋଇଛନ୍ତି । ଏନେଇ ଜୟପୁର ସଦର ଥାନା ରେ ଲିଖିତ ଅଭିଯୋଗ ହୋଇଛି । ମୃତକ ହେଲେ ବଳରାମ ଗୌଡ (୪୧) । ଅଭିଯୋଗ ଅନୁଯାଇ ବଳରାମ ଗୌଡ ଓ ତାଙ୍କ ପୁଅ ଚନନ୍ଦନ ଗୌଡ ଏକ ବାଇକରେ ଘରକୁ ଫେରୁଥିଲେ । ଫେରିବା ସମୟରେ ଫାମ୍ପୁଣି ରାଉସ ମିଲ ସମ୍ମୁଖରେ ଲୋକ ମାନେ ଧାନ ଗଦା କରି ଶୁଖାଇଥିଲେ । ଭଲ ରାମ ବାଇକ ଚାଲୁଥିବା ବଳେ ସେହି ଶୁଖାଇ ହୋଇଥିବା ଧାୀନରେ ଖଲି ପଡି ବାଇକ ସହ ୨ ଜଣ ଗୁରୁତର ହୋଇଥିଲେ । ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଜୟପୁର ସ୍ଥିତ ଜିଲା ମୁଖ୍ୟଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ବଳରାମଙ୍କୁ ମୃତ ଘୋଷଣା କରିଥିଲେ ଓ ଚନ୍ଦନ ଗୁରୁତର ହୋଇ ଚିକିତ୍ସିତ ହୋଇଛନ୍ତି । ଏନେଇ ମୃତ ବଳରାମର ବାପା ନରସିଂହ ଗୌଡ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତି କରି ଜୟପୁର ସଦର ପୋଲିସ ପହଂଚି ତଦନ୍ତ କରିବା ସହ ମାମଲା ରୁଜୁ କରି ଥିବା ନେଇ ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande