
ଅହମ୍ମଦାବାଦ, ୧୦ ନଭେମ୍ବର (ହି.ସ.)। ଗୁଜରାଟରେ ନବବର୍ଷ ବିକ୍ରମ ସମ୍ବତ ୨୦୮୩ର ଶୁଭାରମ୍ଭ ଉତ୍ସାହ ଓ ଭକ୍ତିଭାବର ସହ ପାଳନ କରାଯାଇଛି। ଏହି ଅବସରରେ କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଅହମ୍ମଦାବାଦର ଥଲତେଜସ୍ଥିତ ନିଜ ବାସଭବନରେ ନବବର୍ଷ ପାଳନ କରିଛନ୍ତି। ତାଙ୍କୁ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ପାଇଁ ବହୁ ସଂଖ୍ୟାରେ ବିଜେପି କର୍ମୀ ଏବଂ ଶୁଭେଚ୍ଛୁ ତାଙ୍କ ବାସଭବନରେ ପହଞ୍ଚୁଛନ୍ତି।ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏବଂ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଅମିତ ଶାହଙ୍କ ବାସଭବନରେ ପହଞ୍ଚିଥିଲେ। ଉଭୟ କେନ୍ଦ୍ରୀୟ ଗୃହମନ୍ତ୍ରୀ ଶାହ ଏବଂ ତାଙ୍କ ପରିବାରକୁ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ।ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଟେଲ ଗାନ୍ଧୀନଗରସ୍ଥିତ ପଞ୍ଚଦେବ ମନ୍ଦିରରେ ପୂଜାର୍ଚ୍ଚନା କରି ନୂତନ ବର୍ଷର ଶୁଭାରମ୍ଭ କରିଥିଲେ। ସେ ରାଜ୍ୟର ସୁଖ, ସମୃଦ୍ଧି ଏବଂ ନାଗରିକମାନଙ୍କ ସୁସ୍ଥ ଓ ସୁଖମୟ ଜୀବନ କାମନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା