ବିଶ୍ୱ ଉର୍ଦ୍ଧ୍ୱୁ ଦିବସ ଉପଲକ୍ଷେ ମୂଶାଏରା ଉଦଯାପିତ, ପ୍ରସିଦ୍ଧ କବି ମହମ୍ମଦ ଇକବାଲଙ୍କ ଜନ୍ମଦିନ
ଭଦ୍ରକ, ୧୦ ନଭେମ୍ବର (ହି.ସ.) - ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ମଦିନା ମଇଦାନ ଠାରେ ୯ ତାରିଖ ସୋମବାର ରାତ୍ରିରେ ସାନ ସରକାର ବାବା ତିଆରି କରିଥିବା କମିଟି ତଥା ଭଦ୍ରକ ମାଟିର ଏକମାତ୍ର ଉର୍ଦୁ ସାହିତ୍ୟ ସଂଗଠନ ଅଦବି ମର୍କଜ଼ ଆନୁକୂଲ୍ୟରୁ ବିଶ୍ୱ ଊର୍ଦୁ ଦିବସ ଉପଲକ୍ଷେ ଏକ ମୁଶାଏରା ଅନୁଷ୍ଠିତ ହୋଇଯାଇ
BISWA URDU DIVAS MUSAERA


ଭଦ୍ରକ, ୧୦ ନଭେମ୍ବର (ହି.ସ.) - ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ମଦିନା ମଇଦାନ ଠାରେ ୯ ତାରିଖ ସୋମବାର ରାତ୍ରିରେ ସାନ ସରକାର ବାବା ତିଆରି କରିଥିବା କମିଟି ତଥା ଭଦ୍ରକ ମାଟିର ଏକମାତ୍ର ଉର୍ଦୁ ସାହିତ୍ୟ ସଂଗଠନ ଅଦବି ମର୍କଜ଼ ଆନୁକୂଲ୍ୟରୁ ବିଶ୍ୱ ଊର୍ଦୁ ଦିବସ ଉପଲକ୍ଷେ ଏକ ମୁଶାଏରା ଅନୁଷ୍ଠିତ ହୋଇଯାଇଛି । ପ୍ରସିଦ୍ଧ କବି ମହମ୍ମଦ ଇକବାଲଙ୍କ ଜନ୍ମଦିନରେ ଏହି ଉତ୍ସବ ସାରା ବିଶ୍ୱରେ ପାଳନ କରାଯାଇଥିଲା । ଅଲ୍ଲାମା ମହମ୍ମଦ ଇକବାଲ ୯ ନଭେମ୍ବର ୧୮୭୭ ରେ ପଞ୍ଜାବ ପ୍ରଦେଶର ସିଆଲକୋଟ ଠାରେ ତାଙ୍କର ଜନ୍ମ ହୋଇଥିଲା । ଜନ୍ମ ପରଠୁ ହଜାର ହଜାର ରଚିୟୀତା କବିତା ଗୀତ ଲେଖା ଭିତରେ ୧୯୦୪ ମସିହାରେ ସାରେ ଯାହାଁ ସେ ଆଛା-ହିନ୍ଦୁସ୍ତାନ ହମାରା ହମାରା ଗୀତ ଲେଖିଥିଲେ ତାହା ଆଜି ସାରା ବିଶ୍ୱରେ ପ୍ରସିଦ୍ଧ ହୋଇ ରହିଛି । ୨୧ ଏପ୍ରିଲ ୧୯୩୮ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା । ଏବଂ ତାଙ୍କ କଥା, କାର୍ଯ୍ୟକୁ ସମ୍ମାନ ଜଣାଇ ଆଜି ସାରା ବିଶ୍ୱ ତାଙ୍କୁ ମନେପକାଉଛି। ଆଜି ସେହି ମହାନ ବ୍ୟକ୍ତି ପାଇଁ ଉର୍ଦ୍ଧୁ ଦିବସ ପାଳନ କରାଯାଉଛି। କଲିକତାର କବି ତନବିର ମକଫି ଙ୍କ ସଭାପତିରେ ମୁଶାଏରା ଅନୁଷ୍ଠିତ ହୋଇଥିଲା । ଏହି ଅନୁଷ୍ଠିତ ମୁଶାଏରା ରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ପୌରପାଳିକାର ପୌରାଧକ୍ଷା ଗୁଲମକ୍କୀ ଦଲୱାଜି ହବିବ, ସମ୍ମାନିତ ଅତିଥି ଭାବେ ପ୍ରଫେସର ନାଶିର ବକ୍ସ , ପୂର୍ବତନ ପାରିଷଦ ଅସରଫ ଅଲି ଖାନ ଓ ହାଜି ଅବୁ ହୋସେନ ଖାନ ପ୍ରମୁଖ ଯୋଗଦାନ କରିଥିଲେ ଏବଂ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ମୁଶାଏରା ରେ ସଂଚାଳକ ଭାବେ ମାଷ୍ଟର ତଥା କବି ମୁସ୍ତାକ ଗୌହର ଦାୟିତ୍ୱ ତୁଲାଇ ଥିଲେ ।ଏହି ମୁଶାଏରାରେ ଜାମସେଦପୁର ର କବି ଆମିର ଆତ , କଲିକତାର କବି ସାଜିଦ ଅଖତର , ମୋଇନ ସଫକ , ତୌଫିକ ସାଗର, ଅବଦୁଲ ଦୟାନ ଜିଆ, ମୁଖତାର ନସୀମ, ଅଲିମୁଦ୍ଦିନ ବେକସ, ଆରିଫ ଜନ୍ନତି, ସୋଫିଆ ଖାନମ, ସହାବାଜ ସାଦାଫ, ସାଦବ ଅଜିଜ, ସୋଏବ ଆୟାଜ, ମିନହାଜ ନୁରୀ, କୌଶର ନସୀମ,ସବାବ କାଦରୀ, ଓ ସଜ୍ଜାତ ହସରତ ପ୍ରମୁଖ କବି ଯୋଗଦାନ କରି ବିଶ୍ୱ ଉର୍ଦୁ ଦିବସ ପାଳନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande