ବିନ୍ଦୁସାଗର ସୁରକ୍ଷା ମଞ୍ଚ ପକ୍ଷରୁ, ବିନ୍ଦୁସାଗର ସୁରକ୍ଷା ନେଇ ଧାରଣା
ଖୋର୍ଦ୍ଧା, 10 ନଭେମ୍ବର (ହି.ସ.) ଐତିହାସିକମାନଙ୍କ ମତରେ ବିନ୍ଦୁସାଗର ସପ୍ତମ କିମ୍ବା ଅଷ୍ଟମ ଶତାବ୍ଦୀର ପୁଷ୍କରିଣୀ।ମାତା ପାର୍ବତୀ ଭୁବନେଶ୍ଵରୀ ରୂପରେ କିର୍ତ୍ତୀବାସ ଓ କୃତିବାସ ନାମକ ଦୁଇ ଅସୁରଙ୍କୁ ନିଧନ କରି ତୃଷ୍ଣାରେ ଆଉଟପାଉଟ ହେଉଥିବା ସମୟରେ ମହାପ୍ରଭୁ ଲିଙ୍ଗରାଜ ଦେବୀଙ୍କ ତୃଷା ନିବାରଣ
Bindusagar


ଖୋର୍ଦ୍ଧା, 10 ନଭେମ୍ବର (ହି.ସ.)

ଐତିହାସିକମାନଙ୍କ ମତରେ ବିନ୍ଦୁସାଗର ସପ୍ତମ କିମ୍ବା ଅଷ୍ଟମ ଶତାବ୍ଦୀର ପୁଷ୍କରିଣୀ।ମାତା ପାର୍ବତୀ ଭୁବନେଶ୍ଵରୀ ରୂପରେ କିର୍ତ୍ତୀବାସ ଓ କୃତିବାସ ନାମକ ଦୁଇ ଅସୁରଙ୍କୁ ନିଧନ କରି ତୃଷ୍ଣାରେ ଆଉଟପାଉଟ ହେଉଥିବା ସମୟରେ ମହାପ୍ରଭୁ ଲିଙ୍ଗରାଜ ଦେବୀଙ୍କ ତୃଷା ନିବାରଣ ପାଇଁ ନିଜ ତ୍ରୀଶୂଳରେ ଭୂମିକୁ ଖୋଳି ଏହିଠାରେ ବିନ୍ଦୁସାଗର ସୃଷ୍ଟି କରିଥିଲେ। ବିନ୍ଦୁସାଗର ୨୧ ଏକର ଜମିକୁ ନେଇ ଗଠିତ।୪୫୦ ମିଟର ଲମ୍ବ, ୧୭୫ ମିଟର ଚଉଡା ଓ ୭ ମିଟର ଗଭୀର। ଏହି ପୁଷ୍କରିଣୀର ଚତୁଃପାର୍ଶ୍ଵରେ ଅଛନ୍ତି ଅନନ୍ତ ବାସୁଦେବ ମନ୍ଦିର, ମୋହିନୀ ମନ୍ଦିର, ଉତ୍ତରେଶ୍ଵର, ମାର୍କଣ୍ଡେଶ୍ୱର ଓ ବ୍ରହ୍ମା ମନ୍ଦିର। ଏହି ପବିତ୍ର ବିନ୍ଦୁସାଗର ଜଳ ମହାପ୍ରଭୁ ଲିଙ୍ଗରାଜଙ୍କର ସମସ୍ତ ନୀତିରେ ବ୍ୟବହାର କରାଯାଏ। କ୍ଷୋଭର ବିଷୟ, ବିଗତ କିଛି ବର୍ଷ ହେଲା ଘାସ, ଦଳ, ପଦ୍ମ ଇତ୍ୟାଦି ହୋଇ ଏହାର ସୈ।ନ୍ଦର୍ଯ୍ୟ ନଷ୍ଟ କରୁଅଛି।ମଶା ଓ ଡାଉଁଶରେ ବିନ୍ଦୁସାଗର ପରିପୂର୍ଣ୍ଣ। ଏହାର ପ୍ରତିକାର ନିମନ୍ତେ ବିନ୍ଦୁସାଗର ସୁରକ୍ଷା ମଞ୍ଚର ସଭାପତି ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ଥରକୁ ଥର ଧାରଣା କରି ସରକାରଙ୍କ ଦୃଷ୍ଟିକୁ ନିଆନଗଲେ ମଧ୍ୟ ଏଥିପ୍ରତି ସରକାରଙ୍କ କୌଣସି ସ୍ଥାୟୀ ସମାଧାନ ନିଆଯାଇନାହିଁ।ପ୍ରତି ବର୍ଷ ମେ ମାସରେ ଚନ୍ଦନ ଯାତ୍ରା, କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ସମୟରେ ଘାଷ, ଦଳ ପଦ୍ମନାଡ ବିନ୍ଦୁସାଗରରୁ ବାହାର କରାଯାଏ। ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଏ। ଜନସାଧାରଣଙ୍କ ଅର୍ଥକୁ ଏହିପରି ଭାବରେ ତୋଷରପାତ କରାଯାଏ। ସ୍ଥାୟୀ ପ୍ରତିକାର ସହିତ ଏଥିରେ ମାଛ ଚାଷ, ନୈ। ବିହାର ପ୍ରତି ଦୃଷ୍ଟି ଦେଲେ ବେକାର ସମସ୍ୟା କେତେକାଂଶରେ ଦୂରୀଭୂତ ହେବ ବୋଲି ଶ୍ରୀ ମିଶ୍ରଙ୍କ ସମେତ ଅଶୋକ କୁମାର ମହାରଣା, ବିପିନ ବିହାରୀ ରାଉତରାୟ, ଉଲ୍ଲାସ ଚନ୍ଦ୍ର ମହାପାତ୍ର, ଗିରିଜା ଶଙ୍କର ମହାପାତ୍ର, ହୃଷୀକେଶ ବେହେରା, ସ୍ନେହଲତା ମହାପାତ୍ର, ବର୍ଣ୍ଣମାଳା ପାତ୍ର, ନୟନୀ ବେହେରା, ଲିଲି ପାତ୍ର, ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ, ତାରା ଚରଣ ଆଚାର୍ଯ୍ୟ ଓ ସମୀର ବାବୁ ପ୍ରମୁଖ ଅନୁରୋଧ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande