ଅବକାରୀ ଚଢ଼ଉ, ୧୮୯ ଲିଟର ମଦ ଜବତ; ୮ ଅଭିଯୁକ୍ତ କୋର୍ଟ ଚାଲାଣ
କେନ୍ଦ୍ରାପଡ଼ା, ୧୦ ନଭେମ୍ବର (ହି.ସ.)- ଜିଲ୍ଲାରେ ବେଆଇନ ନିଶାଦ୍ରବ୍ୟ ଓ ଚୋରା ମଦ କାରବାର ଉପରେ ରୋକ୍ ଲଗାଇବା ପାଇଁ ଆଜି ଅବକାରୀ ବିଭାଗ ପକ୍ଷରୁ ଏକ ବ୍ୟାପକ ଚଢ଼ଉ ଅଭିଯାନ ଚାଲିଛି। ଜିଲ୍ଲାପାଳ ରଘୁରାମ ଆୟରଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବ
ଅବକାରୀ ଚଢ଼ାଉ, ୧୮୯ ଲିଟର ମଦ ଜବତ; ୮ ଅଭିଯୁକ୍ତ କୋର୍ଟ ଚାଲାଣ


କେନ୍ଦ୍ରାପଡ଼ା, ୧୦ ନଭେମ୍ବର (ହି.ସ.)- ଜିଲ୍ଲାରେ ବେଆଇନ ନିଶାଦ୍ରବ୍ୟ ଓ ଚୋରା ମଦ କାରବାର ଉପରେ ରୋକ୍ ଲଗାଇବା ପାଇଁ ଆଜି ଅବକାରୀ ବିଭାଗ ପକ୍ଷରୁ ଏକ ବ୍ୟାପକ ଚଢ଼ଉ ଅଭିଯାନ ଚାଲିଛି। ଜିଲ୍ଲାପାଳ ରଘୁରାମ ଆୟରଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଚଢ଼ଉ କରାଯାଇଥିଲା। କେନ୍ଦ୍ରାପଡ଼ା ଟାଉନ, ସଦର, ମାର୍ଶାଘାଇ ଓ ଡେରାବିଶ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ଟିମ୍ ଚଢ଼ଉ କରି ୮ ଜଣଙ୍କ ନିକଟରୁ ମୋଟ୍ ୧୮୯ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରିଥିଲା। ଜବତ ମଦ ମଧ୍ୟରେ ଖୁରୁସିଆ ଗ୍ରାମର ଶଶିକାନ୍ତ ନାୟକ (୪୪)ଙ୍କ ନିକଟରୁ ୨୯ ଲିଟର ବିଦେଶୀ ମଦ, ବଡ଼ପାଳ ଗ୍ରାମର କୁନାଲ ଚନ୍ଦ୍ର ନାୟକ (୫୭)ଙ୍କ ନିକଟରୁ ୩୨ ଲିଟର ଦେଶୀ ମଦ, ଗୁଲନଗର ଗ୍ରାମର ଜଳଧର ସେଠୀ (୩୮)ଙ୍କ ନିକଟରୁ ୨୨ ଲିଟର ବିଦେଶୀ ମଦ ଓ ଅଶୋକ କୁମାର ମଳିକ (୪୨)ଙ୍କ ନିକଟରୁ ୨୭ ଲିଟର ଦେଶୀ ମଦ ଜବତ ହୋଇଛି। ସେହିପରି ଯଅଁରା ବାରିମୂଳ ଗ୍ରାମର ଦୟାକାନ୍ତ ରାଉତ (୩୫)ଙ୍କ ନିକଟରୁ ୨୦ ଲିଟର ବିଦେଶୀ ମଦ, ସାନ୍ତସାହି ଗ୍ରାମର ଲକ୍ଷ୍ମୀପ୍ରିୟା ସାହୁ (୩୯)ଙ୍କ ନିକଟରୁ ୧୯ ଲିଟର ଦେଶୀ ରନ୍ଧା ମଦ, ବଲଗଣ୍ଡୀ ଗ୍ରାମର ଶରତ କୁମାର ସାହୁ (୬୦)ଙ୍କ ନିକଟରୁ ୧୭ ଲିଟର ଦେଶୀ ମଦ ଏବଂ ନରୁଆ ଗ୍ରାମର ବିପିନ କାଣ୍ଡି (୩୪)ଙ୍କ ନିକଟରୁ ୨୩ ଲିଟର ବିଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ପୃଥକ୍ ପୃଥକ୍ ଅବକାରୀ ମାମଲା ରୁଜୁ କରାଯିବା ସହ ୮ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଏହି ଚଢ଼ଉ ଅଭିଯାନରେ ଅବକାରୀ ଉପନିରୀକ୍ଷକ ରଞ୍ଜନ କୁମାର ପାତ୍ର, ଶ୍ରୀମତୀ ତ୍ରିବେଣୀ ମହନ୍ତ ଓ ଶ୍ରୀ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ରଙ୍କ ସମେତ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande