ପବିତ୍ର ଗୋବର୍ଦ୍ଧନ ପୂଜା ଶୁଭେଚ୍ଛା ଜଣାଇଲେ ଅନେକ ମନ୍ତ୍ରୀ
ଭୁବନେଶ୍ୱର, 10 ନଭେମ୍ବର (ହି.ସ.)- ପବିତ୍ର ଗୋବର୍ଦ୍ଧନ ପୂଜା ଶୁଭେଚ୍ଛା ଜଣାଇଛନ୍ତି ଅନେକ ମନ୍ତ୍ରୀ । ଏହି ଅବସରରେ ମନ୍ତ୍ରୀମାନେ ସମସ୍ତଙ୍କ ଜୀବନର ସୁଖ, ଶାନ୍ତି ଏବଂ ସମୃଦ୍ଧି କାମନା କରିଛନ୍ତି । ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଏକ୍ସ ହ୍ୟାଣ୍ଡେଲରେ ଏ
ଗୋବର୍ଦ୍ଧନ ପୂଜା


ଭୁବନେଶ୍ୱର, 10 ନଭେମ୍ବର (ହି.ସ.)- ପବିତ୍ର ଗୋବର୍ଦ୍ଧନ

ପୂଜା ଶୁଭେଚ୍ଛା ଜଣାଇଛନ୍ତି ଅନେକ ମନ୍ତ୍ରୀ । ଏହି ଅବସରରେ ମନ୍ତ୍ରୀମାନେ ସମସ୍ତଙ୍କ ଜୀବନର ସୁଖ, ଶାନ୍ତି ଏବଂ ସମୃଦ୍ଧି କାମନା କରିଛନ୍ତି ।

ଏହି ଅବସରରେ

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି

କହିଛନ୍ତି ଯେ, ପବିତ୍ର ଗୋବର୍ଦ୍ଧନ ପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ

ଅଭିନନ୍ଦନ। ପ୍ରକୃତି ଓ ଭଗବାନଙ୍କ ମଧ୍ୟରେ ଥିବା ଅନାଦି ସମ୍ପର୍କ ଏବଂ ଗୋ-ସେବାର ମହତ୍ତ୍ୱକୁ

ଦର୍ଶାଉଥିବା ଏହି ପବିତ୍ର ପର୍ବରେ ଗୋବର୍ଦ୍ଧନ

ଗିରିଧାରୀଙ୍କ କୃପାରୁ ସମସ୍ତଙ୍କ ଜୀବନରେ ସୁଖ,

ସମୃଦ୍ଧି ଭରିଯାଉ,

ଏତିକି କାମନା।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ

ହରିଚନ୍ଦନ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ପବିତ୍ର ଗୋବର୍ଦ୍ଧନ

ପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା। ପ୍ରଭୁ ଶ୍ରୀକୃଷ୍ଣଙ୍କ ଅପାର କୃପା ଓ

ଆଶୀର୍ବାଦ ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ଅପାର ଶାନ୍ତି ଭରିଦେଉ। ଜୟ ଶ୍ରୀକୃଷ୍ଣ!

ଉଚ୍ଚଶିକ୍ଷା ମନ୍ତ୍ରୀ

ସୂର୍ଯ୍ୟବଂଶୀ ସୂରଜ ଏକ ବାର୍ତ୍ତାରେ କହିଛନ୍ତି ଯେ,

ଗିରିଧାରୀ ପ୍ରଭୁ ଶ୍ରୀକୃଷ୍ଣଙ୍କ ଚରଣରେ କୋଟି କୋଟି ପ୍ରଣାମ। ପ୍ରକୃତିର ସୁରକ୍ଷା ଏବଂ

ଗୋ-ସେବାର ବାର୍ତ୍ତା ବହନ କରୁଥିବା ଏହି ମହାନ ପର୍ବ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଦେଉ—ଏହାହିଁ କାମନା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande