
କେନ୍ଦ୍ରାପଡ଼ା, ୧୦ ନଭେମ୍ବର(ହି.ସ.) – କେନ୍ଦ୍ରାପଡା ବ୍ଲକ ଅଧିନସ୍ଥ ଗୁଲନଗର ପାୟତେର କେନ୍ଦ୍ରାପଡାର ସର୍ବ ପୁରାତନମା’ କ୍ଷିଣ କାଳୀଙ୍କର ର୍ମୂୀପୂଜା ୮୯ ବଷର୍ରେ ପହଂଚିଛି । ପ୍ରବାଦ ଅଛି ୧୯୩୭ ମସିହାରେ େଯେତେବେଳେ ଏହି ଆଳରେ ସମଗ୍ର ଗ୍ରାମରେ ନିଆଁ ଲାଗି ଘରପୋଡ଼ି ଯାଇଥିଲା । ଏଥିସହିତ ମହାମାରୀ ହଇଜା ବ୍ୟାପିବା ପରେ ଲୋକମାନେ ଭୟଭିତ ହୋଇପଡ଼ିଥିଲେ। ଏହାର ପ୍ରତିକାର ପାଇଁ ଗୁଲନଗର ଗ୍ରାମର କାଳୀ ସାଧକ କାହ୍ନାଇ ଚରଣ ଚକ୍ରବର୍ତୀଙ୍କ ତତ୍ୱାବଧାନରେ ସୁଦର୍ଶନ ଚକ୍ରବତି,ର୍ କୃତିବାସ ସାହୁ, ଇଶ୍ୱର ପୃଷ୍ଟି, ନିତ୍ୟାନନ୍ଦ ମହାରଣା, ଗୋବିନ୍ଦ କର, ଜଳଧର କର ଓ ଗ୍ରାମବାସୀଙ୍କ ସହଯୋଗରେ କାଳୀପୂଜା ବିଧିବଦ୍ଧ ଭାବେ ଆରମ୍ଭ କରିଥିଲେ । ପ୍ରତିବର୍ଷ ଇଚ୍ଛାପୁରର ଗୋପିମିନ୍ତ୍ରୀ ଏହି ମୂର୍ତି କରିଆସୁଥିଲେ। ବର୍ତମାନ ତାଙ୍କର ମୃତ୍ୟୁ ପରେ ତାଙ୍କ ପୁତ୍ର ଏହି ମୂର୍ତି କରୁଛନ୍ତି। ୧୯୯୫ ମସିହାରେ କାହ୍ନାଇ ଚରଣ ଚକ୍ରବର୍ତୀଙ୍କର ଦେହାନ୍ତ ପରେ ତାଙ୍କ ପୁତ୍ର ଭଗବତୀ ଚକ୍ରବର୍ତୀ ପୂଜା କରିଆସୁଥିଲେ। ଭଗବତୀଙ୍କ ଦେହାନ୍ତ ପରେ ବର୍ମାନ ରବିନ୍ଦ୍ର ନାଥ ରଥଙ୍କ ଦିଗଦର୍ଶନରେ ତାଙ୍କ ପୁତ୍ର ସନ୍ତୋଷ ଚକ୍ରବର୍ତି ଜୟନ୍ତ ଚକ୍ରବର୍ତି, ମନମଥ ଚକ୍ରବର୍ତି ଏହି କାଳୀପୂଜା କରିଆସୁଛନ୍ତି । ନଭେମ୍ବର ୮ତାରିଖ ଅମାବାସ୍ୟା ଠାରୁ ୫ଦିନ ଧରି ଏହି ପୂଜା ଅନୁଷ୍ଠିତ ହେଉଛି। ଏହି ସମୟ ମଧ୍ୟେର ଗୁଲନଗର ଗ୍ରାମବାସୀଙ୍କ ସହାୟତୋର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ପାଲା, ଭଜନ ଓ ସ୍ଥାନୀୟ ଗୋବିନ୍ଦ ଜୀୟୁ ଡ୍ରାମାଟିକ କ୍ଲବର କଳାକାରମାନଙ୍କ ଦ୍ୱାରା ନାଟକ ପରେିବଷଣ କରାଯାଉଛି। ଏହି ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ସହର ଓ ପୁରପଲ୍ଲୀରୁ ବହୁ ଦର୍ଶକ ଆସିଥାନ୍ତି । ଗ୍ରାମବାସୀମାନେ କାଳୀ ପୂଜାରେ ସହାୟତା କରିଥାନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି