ଶେଖ୍ ହସିନାଙ୍କ ନୂଆ ପାସପୋର୍ଟ ଦାବିକୁ ବିଏନ୍ପିର ସମାଲୋଚନା, ପ୍ରତ୍ୟର୍ପଣ ଉପରେ ସରକାରଙ୍କ ଜୋର
ଢାକା (ବାଂଲାଦେଶ), ୧୦ ନଭେମ୍ବର (ହି.ସ.)। ବାଂଲାଦେଶର ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ତଥା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍ପି)ର କାର୍ଯ୍ୟକାରୀ ମହାସଚିବ ଆଡଭୋକେଟ୍ ରୁହୁଲ କବୀର ରିଜଭୀ କହିଛନ୍ତି ଯେ, କ୍ଷମତାଚ୍ୟୁତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ନୂତନ ପାସପୋର୍
777f3ee67c34ae60a0a53871299cac12_1768977074.jpg


ଢାକା (ବାଂଲାଦେଶ), ୧୦ ନଭେମ୍ବର (ହି.ସ.)। ବାଂଲାଦେଶର ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ତଥା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍ପି)ର କାର୍ଯ୍ୟକାରୀ ମହାସଚିବ ଆଡଭୋକେଟ୍ ରୁହୁଲ କବୀର ରିଜଭୀ କହିଛନ୍ତି ଯେ, କ୍ଷମତାଚ୍ୟୁତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ନୂତନ ପାସପୋର୍ଟ ଓ ଜାତୀୟ ପରିଚୟପତ୍ର (ଏନ୍ଆଇଡି) ଦାବି କରିବା ଏକ ଲଜ୍ଜାଜନକ ପଦକ୍ଷେପ। ଯେଉଁ ବ୍ୟକ୍ତିଙ୍କ ପାଖରେ ଲଜ୍ଜା ବୋଲି କିଛି ନାହିଁ, ସେ ହିଁ ଏଭଳି କାର୍ଯ୍ୟ କରିପାରିବେ ବୋଲି ସେ କହିଛନ୍ତି।

ବିଏସ୍ଏସ୍ ନ୍ୟୁଜ୍ର ରିପୋର୍ଟ ଅନୁଯାୟୀ, ସେ ପ୍ରଶ୍ନ କରିଥିଲେ, ବର୍ଷ ବର୍ଷ ଧରି ଛାତ୍ରଛାତ୍ରୀ, ଶିଶୁ, ଶ୍ରମିକ ଏବଂ ସାଧାରଣ ଲୋକଙ୍କୁ ଅନ୍ଧାଧୁନିଆ ଭାବେ ହତ୍ୟା କରିବା ପରେ ଶେଖ୍ ହସିନା କିପରି ଦେଶକୁ ଫେରିବା ଏବଂ ଜନସାଧାରଣଙ୍କଠାରୁ ସ୍ୱାଗତ ସମ୍ବର୍ଦ୍ଧନା ପାଇବା ଆଶା କରୁଛନ୍ତି? ରିଜଭୀ କହିଛନ୍ତି ଯେ, ଶେଖ୍ ହସିନା ଏବେ ଦେଶକୁ ଫେରିବା ପାଇଁ ବେଶ୍ ନିର୍ଲଜ୍ଜ ଭାବେ ବିଦେଶୀ ଶକ୍ତିମାନଙ୍କଠାରୁ ସମର୍ଥନ ଲୋଡ଼ୁଛନ୍ତି। ଏହି ମାମଲାରେ ଆଇନ ନିଜ ବାଟରେ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି।

ସୋମବାର ଅପରାହ୍ଣରେ ନ୍ୟାସନାଲ ପ୍ରେସ୍ କ୍ଲବ୍ର କାଜି ନଜରୁଲ ଇସଲାମ ଅଡିଟୋରିୟମ୍ରେ 'ଜାତୀୟ ବିପ୍ଳବ ଓ ଏକତା ଦିବସ' ଅବସରରେ ଆୟୋଜିତ ଏକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରିଜଭୀ ଏହି ମତ ରଖିଥିଲେ। ଜିଆ ପରିଷଦ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଶେର-ଏ-ବାଂଲା କୃଷି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ମହମ୍ମଦ ଅବଦୁଲ ଲତିଫ୍ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande