ଯାଦବ ସଂଘ ପକ୍ଷରୁ ଗିରି ଗୋବର୍ଦ୍ଧନ ପୂଜା
ଯାଦବ ସଂଘ ପକ୍ଷରୁ ଗିରି ଗୋବର୍ଦ୍ଧନ ପୂଜା
ଯାଦବ ସଂଘ ପକ୍ଷରୁ ଗିରି ଗୋବର୍ଦ୍ଧନ ପୂଜା


ସମ୍ବଲପୁର, ୧୦, ନଭେମ୍ବର (ହି.ସ.)ସମ୍ବଲପୁରର ଯାଦବ ସଂଘ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାସମାରୋହରେ ଗିରି ଗୋବର୍ଦ୍ଧନ ପୂଜା ଶ୍ରଦ୍ଧା ଓ ଭକ୍ତିର ସହିତ ପାଳିତ ହୋଇଛି। ବୁଢ଼ାରଜା ପାହାଡ଼ ଉପରେ ଆୟୋଜିତ ସମାରୋହରେ ଚଳିତ ବର୍ଷ ସହର ମୁଦିପଡ଼ା ନିବାସୀ ବିଭୁତିଭୁଷଣ ବାଗ ଓ ସହଧର୍ମିଣୀ ପ୍ରତିମା ବାଗ କର୍ତ୍ତା ଦାୟିତ୍ବ ତୁଳାଇଥିଲେ। ବହୁ ଶ୍ରଦ୍ଧାଳୁ ବୁଢ଼ାରଜା ପାହାଡ଼କୁ ଆସି ଗିରି ଗୋବର୍ଦ୍ଧନ ପୂଜାରେ ସାମିଲ ହେବା ସହିତ ଭଗବାନଙ୍କ ଆର୍ଶୀବାଦ ଲାଭ କରିଥିଲେ। ପୂଜା ପରେ ସମୂହ ପ୍ରସାଦ ସେବନରେ ସାମିଲ ହୋଇଥିଲେ। ସମ୍ବଲପୁର ଜିଲ୍ଲା ଯାଦବ ମହାସଭାର ସଭାପତି ଭୋଲା ଶଙ୍କର ମହତ୍ତମ, ସଂପାଦକ ହେମନ୍ତ ଗହୀର, ଉପସଭାପତି ରାମଚନ୍ଦ୍ର ପୋଢ଼, ମୁଖ୍ୟ ଉପଦେଷ୍ଟା କୃଷ୍ଣଚନ୍ଦ୍ର ବାଗ, ଲକ୍ଷ୍ମୀ ବାଗ, ଗୁଣନିଧି ରାଉତ ପ୍ରମୁଖ ଆୟୋଜନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande