
ସମ୍ବଲପୁର, ୧୦, ନଭେମ୍ବର (ହି.ସ.) - ରାଜ୍ୟ ସରକାରଙ୍କ କୃଷି ଉଦ୍ୟୋଗୀକରଣକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାମାଂଚଳର ମହିଳାମାନଙ୍କୁ ଲକ୍ଷପତି ଦିଦି' ଓ ମହା ଲକ୍ଷପତି ଦିଦି' ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ ଆଜି ଜୁଜୁମୁରା ବ୍ଲକ ପରିସରରେ ଏକ ବ୍ଲକସ୍ତରୀୟ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା' ଆବେଦନ ପଞ୍ଜୀକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସିଡ଼ିଓ କମ ଇଓ ପ୍ରସନ୍ନ ପାତ୍ର , ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେଶ ଏକ୍କା , ଉପଖଣ୍ଡ ପ୍ରାଣୀଚିକିତ୍ସା ଅଧିକାରୀ, ବ୍ଲକ ପ୍ରାଣୀଚିକିତ୍ସା ଅଧିକାରୀ, ମତ୍ସ୍ୟ ଅଧିକାରୀ ଓ କୃଷି ଅଧିକାରୀଙ୍କ ସମେତ ସଂପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଉଦ୍ୟୋଗୀମାନଙ୍କୁ ଯୋଜନାର ଲାଭ, ସବସିଡି ଓ ଆବଶ୍ୟକୀୟ କାଗଜପତ୍ର ଯାଂଚ ସମ୍ପର୍କରେ ସୂଚନା ଦେବା ସହ ଆବେଦନ ଗ୍ରହଣ କରିଥିଲେ। ସ୍ଥାନୀୟ ଉଦ୍ୟୋଗୀ, ଚାଷୀ ତଥା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ଏହି ଯୋଜନାର ସୁଯୋଗ ନେଇ ନିଜର ବ୍ୟବସାୟ ଆରମ୍ଭ କରି ଆତ୍ମନିର୍ଭରଶୀଳ ହେବାକୁ ପ୍ରଶାସନ ତରଫରୁ ଆହ୍ୱାନ ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ