ପାଟକୁରାର ଜଣାଶୁଣା ବ୍ୟବସାୟୀଙ୍କ ମାଆଙ୍କ ଏକାଦଶାହ ସମ୍ପନ୍ନ, ସ୍ମୃତିଚାରଣ କଲେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର
କେନ୍ଦ୍ରାପଡ଼ା, ୧୦ ନଭେମ୍ବର (ହି.ସ.)- ପାଟକୁରାର ଜଣାଶୁଣା ବ୍ୟବସାୟୀ ସୁଧାଂଶୁ କୁମାର ପରିଡ଼ାଙ୍କ ମାଆ ସ୍ୱର୍ଗତ କଲ୍ୟାଣୀ ପରିଡ଼ାଙ୍କ ଆଜି ଏକାଦଶାହ ପାଳିତ ହୋଇଯାଇଛି। ଏହି ପବିତ୍ର ଅବସରରେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଯୋଗଦେଇ ସ୍ୱର୍ଗତ ପରିଡ଼ାଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଅମର ଆତ୍ମ
ପାଟକୁରାର ଜଣାଶୁଣା ବ୍ୟବସାୟୀଙ୍କ ମାଆଙ୍କ ଏକାଦଶ ସମ୍ପନ୍ନ


କେନ୍ଦ୍ରାପଡ଼ା, ୧୦ ନଭେମ୍ବର (ହି.ସ.)- ପାଟକୁରାର ଜଣାଶୁଣା ବ୍ୟବସାୟୀ ସୁଧାଂଶୁ କୁମାର ପରିଡ଼ାଙ୍କ ମାଆ ସ୍ୱର୍ଗତ କଲ୍ୟାଣୀ ପରିଡ଼ାଙ୍କ ଆଜି ଏକାଦଶାହ ପାଳିତ ହୋଇଯାଇଛି। ଏହି ପବିତ୍ର ଅବସରରେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଯୋଗଦେଇ ସ୍ୱର୍ଗତ ପରିଡ଼ାଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଶ୍ରୀ ମହାପାତ୍ରଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ ବ୍ୟକ୍ତି ଓ ଶୁଭେଚ୍ଛୁମାନେ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ଏହି ଅବସରରେ ଭାବବିହ୍ୱଳ ହୋଇ ଶ୍ରୀ ମହାପାତ୍ର କହିଥିଲେ ଯେ, ସ୍ୱର୍ଗତ କଲ୍ୟାଣୀ ପରିଡ଼ାଙ୍କ ସ୍ୱାମୀ ସ୍ୱର୍ଗତ ବସନ୍ତ ପରିଡ଼ା ଏବଂ ତାଙ୍କ ପରିବାର ସହିତ ତାଙ୍କର ବହୁଦିନରୁ ଏକ ଘନିଷ୍ଠ ଓ ଆନ୍ତରିକ ସମ୍ପର୍କ ରହିଆସିଛି। ଏହି ଦୁଃଖଦ ସମୟରେ ପରିବାର ପାଖରେ ଉପସ୍ଥିତ ରହି ସେମାନଙ୍କର ଋଣ ଶୁଝିବାର ଏକ ସୁଯୋଗ ମିଳିଛି ବୋଲି ସେ ନିଜର ଅଭିଭାଷଣରେ ମତବ୍ୟକ୍ତ କରିଥିଲେ। ଶୋକସନ୍ତପ୍ତ ପରିବାରବର୍ଗ ଓ ପ୍ରିୟଜନଙ୍କୁ ସାନ୍ତ୍ୱନା ପ୍ରଦାନ କରିବା ସହ ଶ୍ରୀ ମହାପାତ୍ର ପୁତ୍ର ସୁଧାଂଶୁ ଭୂଷଣ ପରିଡ଼ା, ହିମାଂଶୁ ଭୂଷଣ ପରିଡ଼ା, ସୀତାଂଶୁ ଭୂଷଣ ପରିଡ଼ା ଏବଂ ଝିଅ-ଜ୍ୱାଇଁମାନଙ୍କୁ ଭେଟି ଆଶ୍ୱସନା ଦେଇଥିଲେ। ଏହାପରେ ଆୟୋଜିତ ଜ୍ଞାତି ଭୋଜନ କାର୍ଯ୍ୟକ୍ରମକୁ ନିଜେ ବୁଲି ଦେଖିବା ସହ ସମସ୍ତ ବ୍ୟବସ୍ଥା ବାବଦରେ ପଚାରି ବୁଝିଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande