ଲାକ୍ଷାଦ୍ୱୀପ ଏବଂ ଆଣ୍ଡାମାନ ଓ ନିକୋବରରେ ଟୁନା ଠାରୁ ଆରମ୍ଭ କରି ସାମୁଦ୍ରିକ ଶୈବାଳ ଏବଂ ଅଳଙ୍କାରିକ ମତ୍ସ୍ୟଚାଷକୁ ମିଳିବ ପ୍ରୋତ୍ସାହନ
ନୂଆ ଦିଲ୍ଲୀ, ନଭେମ୍ବର ୧୦ (ହି.ସ.) : ଦେଶର ସାମୁଦ୍ରିକ ମତ୍ସ୍ୟଚାଷ କ୍ଷେତ୍ରକୁ ନୂତନ ଉଚ୍ଚତାକୁ ନେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଲାକ୍ଷାଦ୍ୱୀପ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ମତ୍ସ୍ୟଚାଷର ଅପାର ସମ୍ଭାବନାକୁ ବିକଶିତ କରିବା ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି। ଏହି ଦ୍ୱୀପ ଅଂଚଳଗ
ଲାକ୍ଷାଦ୍ୱୀପ ଏବଂ ଆଣ୍ଡାମାନ ଓ ନିକୋବରରେ ଟୁନା ଠାରୁ ଆରମ୍ଭ କରି ସାମୁଦ୍ରିକ ଶୈବାଳ ଏବଂ ଅଳଙ୍କାରିକ ମତ୍ସ୍ୟଚାଷକୁ ମିଳିବ ପ୍ରୋତ୍ସାହନ


ନୂଆ ଦିଲ୍ଲୀ, ନଭେମ୍ବର ୧୦ (ହି.ସ.) : ଦେଶର ସାମୁଦ୍ରିକ ମତ୍ସ୍ୟଚାଷ କ୍ଷେତ୍ରକୁ ନୂତନ ଉଚ୍ଚତାକୁ ନେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଲାକ୍ଷାଦ୍ୱୀପ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ମତ୍ସ୍ୟଚାଷର ଅପାର ସମ୍ଭାବନାକୁ ବିକଶିତ କରିବା ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି। ଏହି ଦ୍ୱୀପ ଅଂଚଳଗୁଡ଼ିକ ଏବେ ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ନୂତନ ନିଯୁକ୍ତି ଏବଂ ରପ୍ତାନୀ ସୁଯୋଗ ସୃଷ୍ଟି କରିବା ପାଇଁ ଟୁନା ଉତ୍ପାଦନ, ସାମୁଦ୍ରିକ ଶୈବାଳ ଚାଷ ଏବଂ ଅଳଙ୍କାରିକ ମତ୍ସ୍ୟଚାଷକୁ ପ୍ରୋତ୍ସାହନ ଦେବେ।

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସୱାଇ) ଅଧୀନରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ପାଇଁ ୨୧୮ କୋଟି ଟଙ୍କା ଏବଂ ଲାକ୍ଷାଦ୍ୱୀପ ପାଇଁ ୧୭୫ କୋଟି ଟଙ୍କାର ନିବେଶ ବ୍ୟବସ୍ଥା କରାଯାଇଛି। ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଏହି ଦ୍ୱୀପପୁଞ୍ଜର ସାମୁଦ୍ରିକ ସମ୍ପତିର ବୈଜ୍ଞାନିକ ଏବଂ ସ୍ଥାୟୀ ବ୍ୟବହାର କରିବା ସହିତ ଉତ୍ପାଦନ ବ୍ୟତୀତ ମତ୍ସ୍ୟପାଳନକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା, ପ୍ରକ୍ରିୟାକରଣ, ମୂଲ୍ୟ ସଂଯୋଜନ ଏବଂ ରପ୍ତାନି ସହିତ ସଂଯୋଗ କରିବା।

ଭାରତର ପ୍ରାୟ ୧ କିଲୋମିଟର ଉପକୂଳ ଏବଂ ପ୍ରାୟ ୨୪ ଲକ୍ଷ ବର୍ଗ କିଲୋମିଟର ବିଶିଷ୍ଟ ଏକ ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର (ଇ. ଇ. ଜେଡ୍.) ରହିଛି। ଦେଶର ଇ. ଇ. ଜେଡ୍. ରେ ସାମୁଦ୍ରିକ ମାଛ ସମ୍ପଦର ଆନୁମାନିକ କ୍ଷମତା ହେଉଛି ୫୮.୬ ଲକ୍ଷ ମେଟ୍ରିକ୍ ଟନ୍। ମତ୍ସ୍ୟଚାଷ କ୍ଷେତ୍ର ଖାଦ୍ୟ ସୁରକ୍ଷା, ପୋଷଣ, ନିଯୁକ୍ତି ଏବଂ ବିଦେଶୀ ମୁଦ୍ରା ଆୟରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି, ଯେଉଁଥିରେ ପ୍ରାୟ ପାଂଚ ନିୟୁତ ମତ୍ସ୍ୟଜୀବୀଙ୍କ ଜୀବିକା ଏହି କ୍ଷେତ୍ରର ମୁଖ୍ୟ ଆଧାର । ଆର୍ôଥକ ବର୍ଷରେ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ପାଖାପାଖି ୭୩,୮୯୦ କୋଟି ଟଙ୍କା ଥିଲା।

ଲାକ୍ଷାଦ୍ୱୀପ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ବିଶେଷ ସାମୁଦ୍ରିକ ଗୁରୁତ୍ୱ ରହିଛି। ଏହି ଦୁଇଟି ଦ୍ୱୀପ ମିଳିତ ଭାବେ ଭାରତର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରର ପ୍ରାୟ ୪୦ ପ୍ରତିଶତକୁ ଆଚ୍ଛାଦିତ କରିଛି। ଆରବ ସାଗର ଏବଂ ବଙ୍ଗୋପସାଗରରେ ଅବସ୍ଥିତ, ଏହି ଦ୍ୱୀପପୁଞ୍ଜ ସମୃଦ୍ଧ ସାମୁଦ୍ରିକ ମତ୍ସ୍ୟଚାଷ କ୍ଷେତ୍ର ଏବଂ ଟୁନା ପାଇଁ ସ୍ଥାନାନ୍ତରଣ ମାର୍ଗକୁ ପ୍ରବେଶ ପ୍ରଦାନ କରେ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande