
ଝାରସୁଗୁଡ଼ା, ୧୦ ନଭେମ୍ବର (ହି.ସ.)- କୋଲାବିରା ବ୍ଲକ ରଘୁନାଥପାଲି ଛକ ବ୍ୟବସାୟୀ ସଂଘ ପକ୍ଷରୁ ଦୀପାବଳୀ ଅବସରରେ ମା ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ବ୍ଲକ କଳା ବିକାଶ କେନ୍ଦ୍ର ପରିସରରେ ସୁନ୍ଦର ସାଜସଜ୍ଜା ସହ ମୂର୍ତ୍ତି ସ୍ଥାପନ କରାଯାଇ ରବିବାର ରାତିରେ ପୂଜାର୍ଚ୍ଚନା କରାଯାଇଥିଲା l ଏଥିରେ ଆଇନଜୀବୀ ଆଶିଷ କୁମାର ସାହୁ ସପତ୍ନୀକ କର୍ତ୍ତା ଭାବରେ ଦାୟିତ୍ୱ ତୁଲାଇଥିଲେ l ଦୀନବନ୍ଧୁ ମିଶ୍ର ପୂଜକ ଦାୟିତ୍ଵ ତୁଲାଇଥିଲେ l ଅନୁଷ୍ଠିତ ପୂଜାର୍ଚ୍ଚନାରେ ବ୍ଲକ କଳା ବିକାଶ କେନ୍ଦ୍ର ର ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ନୃପଲାଲ ପଶାୟତ, ସାଧାରଣ ସମ୍ପାଦକ ଡୋଲାମଣି ପ୍ରଧାନ, ଦିଗାମ୍ବର ବାରିକ, ସାମ୍ବାଦିକ ସୁକାନ୍ତ ସାହୁ, ବେଦବ୍ୟାସ ପ୍ରଧାନ, କ୍ଷୀରୋଦ ଚନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇଥିଲେ l
ଏଥିରେ ପୂଜା କମିଟିର ସଭାପତି ପୀତବାସ ପ୍ରଧାନ, ସମ୍ପାଦକ ବଜରଙ୍ଗୀ ପ୍ରଧାନ, କୋଷାଧ୍ୟକ୍ଷ ବୁଲୁ ପୃଷ୍ଟି, ସୁରେଶ ରକ୍ସା, ସଞ୍ଜୟ ପ୍ରଧାନ, ସାନୁର୍ଯ୍ୟ ପଟେଲ, ଧିରେନ ପ୍ରଧାନ, ଅନାଦି ସେଟ, ରାଜେଶ ମେହେର, ଅଜିତ ସାହୁ, ପିଙ୍କୁ ଦାଶ, ପ୍ରଦୀପ ପ୍ରଧାନ, ଅଜିତ ସାହୁ, ରଞ୍ଜିତ ପ୍ରଧାନ, ପୂର୍ଣ୍ଣ ପ୍ରଧାନ, ନୀଳାମ୍ବର ମେହେର, ହେମନ୍ତ ନାୟକ, ସୁଶାନ୍ତ ମହାପାତ୍ର, ସଞ୍ଜୀବ ପଶାୟତ , ସୁକେଶ ସରାଫ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l ବୁଧବାର ମୂର୍ତ୍ତି ବିସର୍ଜନ ଉତ୍ସବ ଅନୁଷ୍ଠିତ ହେବ l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ