
ଭୁବନେଶ୍ୱର, 10 ନଭେମ୍ବର (ହି.ସ.)- ବିଶ୍ୱ ଟିକାକରଣ
ଦିବସରେ ଶିଶୁଙ୍କୁ ନିୟମିତ ଟିକା ଦେବାକୁ ଅପିଲ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ
ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ସମୟୋଚିତ ଟିକାକରଣ ଆମକୁ
ବିଭିନ୍ନ ମାରାତ୍ମକ ରୋଗରୁ ରକ୍ଷା କରିବା ସହ ଏକ ସୁସ୍ଥ ଓ ନିରାମୟ ସମାଜ ଗଠନରେ
ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଆସନ୍ତୁ ଆଜି ବିଶ୍ୱ ଟିକାକରଣ ଦିବସ ଅବସରରେ ସଂକଳ୍ପ
ନେବା, ପରିବାରର
ସମସ୍ତ ଶିଶୁଙ୍କୁ ନିୟମିତ ତଥା ସଠିକ୍ ସମୟରେ ସମସ୍ତ ଆବଶ୍ୟକୀୟ ଟିକା ଦେଇ ଏକ ସୁସ୍ଥ ସମାଜ ଗଠନ
କରିବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା