ବରିଷ୍ଠ ଆଇନଜୀବୀ ବଳରାମ ଖରାଙ୍କ ବିୟୋଗରେ ମାଲକାନଗିରି ଜିଲ୍ଲା ଓକିଲ ସଂଘର ଶୋକସଭା
ମାଲକାନଗିରି , ୧୦ ନଭେମ୍ବର (ହି.ସ.) - ଅବିଭକ୍ତ କୋରାପୁଟ ଜିଲ୍ଲାର ସୁନାମଧନ୍ୟ ବରିଷ୍ଠ ଆଇନଜୀବୀ ତଥା କୋରାପୁଟ ଜିଲ୍ଲା ଆଇନଜୀବୀ ସଂଘ (ଜୟପୁର)ର ସଦସ୍ୟ ବଳରାମ ଖରାଙ୍କ ଗତ ରବିବାର ସନ୍ଧ୍ୟାରେ ଦୁଃଖଦ ବିୟୋଗ ଘଟିଛି। ତାଙ୍କ ବିୟୋଗରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଇନଜୀବୀ ମହଲରେ ଗଭୀର ଶୋକର ଛାୟା
ବରିଷ୍ଠ ଆଇନଜୀବୀ ବଳରାମ ଖରାଙ୍କ ବିୟୋଗରେ ମାଲକାନଗିରି ଜିଲ୍ଲା


ମାଲକାନଗିରି , ୧୦ ନଭେମ୍ବର (ହି.ସ.) - ଅବିଭକ୍ତ କୋରାପୁଟ ଜିଲ୍ଲାର ସୁନାମଧନ୍ୟ ବରିଷ୍ଠ ଆଇନଜୀବୀ ତଥା କୋରାପୁଟ ଜିଲ୍ଲା ଆଇନଜୀବୀ ସଂଘ (ଜୟପୁର)ର ସଦସ୍ୟ ବଳରାମ ଖରାଙ୍କ ଗତ ରବିବାର ସନ୍ଧ୍ୟାରେ ଦୁଃଖଦ ବିୟୋଗ ଘଟିଛି। ତାଙ୍କ ବିୟୋଗରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଇନଜୀବୀ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗ ଆଇନସେବା କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି।

ଏହି ଦୁଃଖଦ ଖବରରେ ମର୍ମାହତ ହୋଇ ମାଲକାନଗିରି ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଜି ଏକ ଶୋକସଭା ଆୟୋଜନ କରାଯାଇଥିଲା। ସଂଘର ସଭାପତି ପ୍ରୀତିପାଲ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସ୍ୱର୍ଗତ ଶ୍ରୀ ଖରାଙ୍କ ସ୍ମୃତିଚାରଣ କରାଯିବା ସହ ତାଙ୍କ ଅମର ଆତ୍ମାର ସଦଗତି ଓ ଶାନ୍ତି କାମନା କରାଯାଇଥିଲା। ଏଥିସହ ଦିବଙ୍ଗତ ଆତ୍ମାଙ୍କ ପ୍ରତି ସମ୍ମାନ ଜଣାଇ ଉପସ୍ଥିତ ସମସ୍ତ ଆଇନଜୀବୀ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ।

ଏହି ଶୋକସଭାରେ ସଂଘର ଉପସଭାପତି ସରୋଜ କୁମାର ମହାନ୍ତି, ସମ୍ପାଦକ ନୃସିଂହ ମହାନ୍ତି, ସହସମ୍ପାଦକ ସାଗର ପାଣିଗ୍ରାହୀ, କୋଷାଧ୍ୟକ୍ଷ ବିଭୁ ଆସିଦାନ ସଗରିଆଙ୍କ ସମେତ ବରିଷ୍ଠ ଆଇନଜୀବୀ ଅନୱର ଶାହା, ରାମ ପଟ୍ଟନାୟକ, ଦିଲ୍ଲୀପ ପରିଛା ଏବଂ ସଂଘର ବହୁ ସଦସ୍ୟ ଉପସ୍ଥିତ ରହି ଶୋକବ୍ୟକ୍ତ କରିଥିଲେ।

ଶେଷରେ ସ୍ୱର୍ଗତ ବଳରାମ ଖରାଙ୍କ ଅବଦାନ ଓ ସ୍ମୃତିକୁ ମନେ ପକାଇ ମାଲକାନଗିରି ଜିଲ୍ଲା ଓକିଲ ସଂଘ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande