ବେଆଇନ ପଲିଥିନ କାରବାର ଉପରେ ଚଢାଉ
ଜୟପୁର, ୧୦ ନଭେମ୍ବର (ହି.ସ.) - କୋରାପୁଟ ଜିଲା ଜୟପୁର ପୌର ପାଳିକା ତରଫରୁ ବେଆଇନ ପଲିଥିନ କାରବାର ଚାଲୁଥିବା ଅଭିଯୋଗ ରେ ଚଢାଉ କରିଛି । ଦୋକାନ ଓ ଡିଲର ଉପରେ ଚଢାଉ କରିପଲିଥିନ ଜବତ କରିବା ସହ ଜୋରିମାନା ଆଦାୟ କରିଛି । ଜୟପୁର ସହରର ଦୈନିକ ବଜାର, ଏମଜି ରୋଡରେ ଥିବା ଦୋକାନ ଉପରେ ଚଢାଉ କରିଛି । ଜ
ବେଆଇନ ପଲିଥିନ କାରବାର ଉପରେ ଚଢାଉ


ଜୟପୁର, ୧୦ ନଭେମ୍ବର (ହି.ସ.) - କୋରାପୁଟ ଜିଲା ଜୟପୁର ପୌର ପାଳିକା ତରଫରୁ ବେଆଇନ ପଲିଥିନ କାରବାର ଚାଲୁଥିବା ଅଭିଯୋଗ ରେ ଚଢାଉ କରିଛି । ଦୋକାନ ଓ ଡିଲର ଉପରେ ଚଢାଉ କରିପଲିଥିନ ଜବତ କରିବା ସହ ଜୋରିମାନା ଆଦାୟ କରିଛି । ଜୟପୁର ସହରର ଦୈନିକ ବଜାର, ଏମଜି ରୋଡରେ ଥିବା ଦୋକାନ ଉପରେ ଚଢାଉ କରିଛି । ଜୟପୁର ପୌର କାଯ୍ୟ ନିବାହୀ ଅଧିକାରି ଶୁଭ୍ରା ପଣ୍ଡାଙ୍କ ନିର୍ଦ୍ଦେଶରେ ଅତିରିକ୍ତ ପୌର କାର୍ଯ୍ୟନିର୍ବାହୀ ଅଧିକାରି ପୁଜା ରାଉତଙ୍କ ନେତ୍ୃତ୍ୱରେ ଚଢାଉ କରାଯାଇଛି । ପରିମଳ ନିରିକ୍ଷକ ଭୁବୁନି ହାଲବା, ସତ୍ୟ ନାରାୟଣ ପାତ୍ର ପ୍ରମୁଖ ଉପସ୍ଥିତ ରହି ଚଢାଉ କରିଥିଲେ । ଚଢାଉ କରି ୯୨ କେଜି ବେଆଇନ ପଲିଥିନ ଜବତ କରିବା ସହ ୧୭ ହଜାର ୫ ଶହ ଟଙ୍କା ଜୋରି ମାନା ଆଦାୟ କରାଯାଇଥିବା ନେଇ ପୌର ପାଲିକା ତରଫରୁ ସୁଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande