ନିମାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ମାଗଣା ବୃହତ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର
ପୁରୀ, ୧୦ ନଭେମ୍ବର (ହି.ସ.)- ପୁରୀ ଜିଲ୍ଲା ନିମାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଆଇକ୍ୟୁଏସି, ଜାତୀୟ ସେବା ଯୋଜନା, ସମର ଶିକ୍ଷାର୍ଥୀ ବାହିନୀ ତଥା ଶକ୍ତିଶ୍ରୀ ସେଲ୍ ଓ ଭୁବନେଶ୍ୱରର ଆଇ ହାର୍ଟ ମେଡିକାଲର ମିଳିତ ସହଯୋଗରେ ଏକ ମାଗଣା ବୃହତ୍ ଚକ୍ଷୁ, ହୃଦୟ ପରୀକ୍ଷା ଶିବିର ପ୍ରାଶାସନିକ ଅଧିକାରୀ
ନିମାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ମାଗଣା ବୃହତ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର


ପୁରୀ, ୧୦ ନଭେମ୍ବର (ହି.ସ.)- ପୁରୀ ଜିଲ୍ଲା ନିମାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଆଇକ୍ୟୁଏସି, ଜାତୀୟ ସେବା ଯୋଜନା, ସମର ଶିକ୍ଷାର୍ଥୀ ବାହିନୀ ତଥା ଶକ୍ତିଶ୍ରୀ ସେଲ୍ ଓ ଭୁବନେଶ୍ୱରର ଆଇ ହାର୍ଟ ମେଡିକାଲର ମିଳିତ ସହଯୋଗରେ ଏକ ମାଗଣା ବୃହତ୍ ଚକ୍ଷୁ, ହୃଦୟ ପରୀକ୍ଷା ଶିବିର ପ୍ରାଶାସନିକ ଅଧିକାରୀ ଡଃ. ରବୀନ୍ଦ୍ର ନାଥ ପାଢ଼ୀ ଓ ଆଇ କ୍ୱି ଏ ସି ର ସଂଯୋଜିକା ସ୍ୱପ୍ନାରାଣୀ ମିଶ୍ରଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି। ଏଥିରେ ଆଇହାର୍ଟ ମେଡିକାଲ, ଭୁବନେଶ୍ୱରର ହୃଦ୍ ରୋଗ ବିଶେଷଜ୍ଞ ଡାକ୍ତର ଗୋବିନ୍ଦ ପ୍ରସାଦ ନାୟକ, ଚକ୍ଷୁ ବିଶେଷଜ୍ଞା ଡାକ୍ତର ମଧୁମିତା ରାଉତ, ପରିଚାଳକ ସମୀର ରାଉତ ଯୋଗଦେଇ ୧୮୦ ଜଣରୁ ଊର୍ଦ୍ଧ୍ୱ ଛାତ୍ର ଛାତ୍ରୀ, କଲେଜ କର୍ମଚାରୀ, ଅଧ୍ୟାପକ ଅଧ୍ୟାପିକା ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣା ଔଷଧ ଓ ଚଷମା ବଣ୍ଟନ, ଚକ୍ଷୁ ପରୀକ୍ଷା, ଇସିଜି ପ୍ରଭୃତି କରିଥିଲେ।

ଏହି କାର୍ଯ୍ୟକ୍ରମକୁ ସ୍ୱେଚ୍ଛାସେବୀ, କ୍ୟାଡେଟ୍, ସକ୍ତିଶ୍ରୀ କର୍ମକର୍ତ୍ତା, ବିଭୂତି ଭୂଷଣ ସାମନ୍ତ ସିଂହାର, ଡା. ସାଗରିକା ବିଶ୍ୱାଳ, ଡା. ପ୍ରିୟଦର୍ଶିନୀ ସାହୁ, ଡା. ବିଷ୍ଣୁ ପ୍ରସାଦ ସାହୁ, ପ୍ରେମରାଜ ଗହୀର, ପୁଷ୍ପାରାଣୀ ପଣ୍ଡା, ଶାହିସ୍ତା ପରବିନ୍, ପଙ୍କଜ ବେହେରା, ସନ୍ଦୀପ ପାତ୍ର, ବାସଲତା ମାଝୀ, ସୃଷ୍ଟି କନର, ପ୍ରଜ୍ଞା ପାରମିତା ଜ୍ଞାନ ରଞ୍ଜନ ସାହୁ, ପର୍ଶୁରାମ ପାଢ଼ୀ ପ୍ରମୁଖ ସଫଳ କରିବାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande