ସାଇବର ଅପରାଧକୁ ନେଇ ପୁଲିସ ଅଧିକାରୀମାନେ କାର୍ଯ୍ୟଶୈଳୀରେ ପରିବର୍ତନ ଆଣିବା ଉଚିତ: ରାଷ୍ଟ୍ରପତି
ନୂଆଦିଲ୍ଲୀ, ୧୦ ନଭେମ୍ବର (ହି.ସ.)- ସାଇବର ଅପରାଧର ବଢ଼ୁଥିବା ଗମ୍ଭୀରତା ଏବଂ ଡିପ୍ଫେକ୍ ସାମଗ୍ରୀରୁ ସୃଷ୍ଟି ହେଉଥିବା ବିପଦକୁ ଦୃଷ୍ଟିରେ ରଖି ପୁଲିସ ଅଧିକାରୀମାନେ ନିଜର କାର୍ଯ୍ୟଶୈଳୀ ଓ ଦୃଷ୍ଟିକୋଣରେ ପରିବର୍ତନ ଆଣିବା ଉଚିତ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରାମର୍ଶ ଦେଇଛନ୍ତି। ଅତ୍ୟାଧୁନିକ
राष्ट्रपति द्रौपदी मुर्मु मंगलवार को राष्ट्रपति भवन में भारतीय पुलिस सेवा (आईपीएस) के 78वें बैच (2025 बैच) के प्रशिक्षु अधिकारियों को संबोधित करते हुए


ନୂଆଦିଲ୍ଲୀ, ୧୦ ନଭେମ୍ବର (ହି.ସ.)- ସାଇବର ଅପରାଧର ବଢ଼ୁଥିବା ଗମ୍ଭୀରତା ଏବଂ ଡିପ୍ଫେକ୍ ସାମଗ୍ରୀରୁ ସୃଷ୍ଟି ହେଉଥିବା ବିପଦକୁ ଦୃଷ୍ଟିରେ ରଖି ପୁଲିସ ଅଧିକାରୀମାନେ ନିଜର କାର୍ଯ୍ୟଶୈଳୀ ଓ ଦୃଷ୍ଟିକୋଣରେ ପରିବର୍ତନ ଆଣିବା ଉଚିତ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରାମର୍ଶ ଦେଇଛନ୍ତି। ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରୁଥିବା ଅପରାଧୀମାନଙ୍କଠାରୁ ପୁଲିସକୁ ସର୍ବଦା ଗୋଟିଏ ପାଦ ଆଗରେ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ମଙ୍ଗଳବାର ରାଷ୍ଟ୍ରପତି ଭବନରେ ଭାରତୀୟ ପୁଲିସ ସେବା (ଆଇପିଏସ୍)ର ୭୮ତମ ବ୍ୟାଚ୍ (୨୦୨୫ ବ୍ୟାଚ୍)ର ପ୍ରଶିକ୍ଷଣାର୍ଥୀ ଅଧିକାରୀମାନଙ୍କୁ ସାକ୍ଷାତ କରି ସମ୍ବୋଧିତ କରିବା ଅବସରରେ ରାଷ୍ଟ୍ରପତି ଏହା କହିଛନ୍ତି। ସେ କହିଛନ୍ତି ଯେ, ସାଇବର ଅପରାଧର ପରିସର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଏହା ଅଧିକ ଗମ୍ଭୀର ରୂପ ନେଉଛି। ସାଇବର ଅପରାଧର ଗମ୍ଭୀରତା ସମ୍ପର୍କରେ ପୁଲିସକୁ ସମାଜରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଆବଶ୍ୟକ।

ରାଷ୍ଟ୍ରପତି କହିଛନ୍ତି ଯେ, ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଅପପ୍ରଚାର ପ୍ରସାର କରିବା ଏକ ଗମ୍ଭୀର ସମସ୍ୟା ଭାବେ ଉଭା ହେଉଛି। ବିଶେଷ କରି ଯୁବବର୍ଗ ସୁଚିନ୍ତିତ ଅପପ୍ରଚାରର ଶିକାର ହୋଇପାରନ୍ତି। ଏଭଳି କାର୍ଯ୍ୟକଳାପ ସ୍ଥାନୀୟ, ଆଂଚଳିକ ଏବଂ ଜାତୀୟ ସ୍ତରରେ ମଧ୍ୟ ହୋଇପାରେ। ସତର୍କ ଓ ଦକ୍ଷ ପୁଲିସ ବ୍ୟବସ୍ଥା ଏଭଳି ପରିସ୍ଥିତିକୁ ଗମ୍ଭୀର ରୂପ ନେବାରୁ ରୋକିପାରିବ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ, ସାଧାରଣ ନାଗରିକଙ୍କ ପାଇଁ ପୁଲିସ ଅଧିକାରୀ ଓ କନଷ୍ଟେବଳମାନେ ଶାସନ ଓ ପ୍ରଶାସନର ପ୍ରତୀକ ଅଟନ୍ତି। ଯେତେବେଳେ ପୁଲିସ ବ୍ୟବସ୍ଥା ସୁଚାରୁ ରୂପେ କାର୍ଯ୍ୟ କରେ, ସେତେବେଳେ ଲୋକମାନେ ମଧ୍ୟ ଶାସନ ବ୍ୟବସ୍ଥାକୁ ଉତମ ବୋଲି ଅନୁଭବ କରନ୍ତି। ପୁଲିସ ଅଧିକାରୀମାନେ ସମ୍ବେଦନଶୀଳତା ଓ ଧୈର୍ଯ୍ୟର ସହ ଲୋକଙ୍କ ଅଭିଯୋଗ ଶୁଣିଲେ ସେମାନଙ୍କ ମଧ୍ୟରେ ବିଶ୍ୱାସ ଓ ସୁରକ୍ଷା ଭାବନା ସୃଷ୍ଟି ହୋଇଥାଏ।

ରାଷ୍ଟ୍ରପତି ପ୍ରଶିକ୍ଷଣାର୍ଥୀ ଅଧିକାରୀମାନଙ୍କୁ କହିଛନ୍ତି ଯେ, ସମାଜର ଦୁର୍ବଳ ଓ ଆର୍ôଥକ ଦୃଷ୍ଟିରୁ ପଛୁଆ ବର୍ଗର ଲୋକଙ୍କ ସମସ୍ୟାକୁ ସେମାନେ ପ୍ରାଥମିକତା ଦେବା ଉଚିତ। ଏଭଳି ଲୋକଙ୍କର ବରିଷ୍ଠ ଅଧିକାରୀଙ୍କ ପାଖରେ ପହଂଚିବାର ସୁଯୋଗ ପ୍ରାୟତଃ ସୀମିତ ଥାଏ। ତେଣୁ ସେମାନଙ୍କ ଆଶଙ୍କା ଦୂର କରିବା ଏବଂ ଅଭିଯୋଗର ସମାଧାନ କରିବା ପୁଲିସ ଅଧିକାରୀଙ୍କ ଦାୟିତ୍ୱ ହେବା ଉଚିତ।

ସେ ଆହୁରି କହିଛନ୍ତି ଯେ, ପୁଲିସ ବ୍ୟବସ୍ଥାରେ କେତେକ କର୍ମଚାରୀ ଜ୍ଞାନକୌଶଳର ବ୍ୟବହାର କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କଠାରୁ ମଧ୍ୟ ଅଧିକ ଦକ୍ଷ ହୋଇପାରନ୍ତି। ଏଭଳି ସ୍ଥିତିରେ ବରିଷ୍ଠ ଅଧିକାରୀମାନେ ନିଜ ଦଳର କନିଷ୍ଠ ସଦସ୍ୟଙ୍କଠାରୁ ଶିଖିବାକୁ ସଂକୋଚ କରିବା ଉଚିତ ନୁହେଁ। ପୁଲିସ ଅଧିକାରୀମାନେ କାର୍ଯ୍ୟଶୈଳୀରେ ଜନଭାଗୀଦାରୀ ଓ ଦଳଗତ ମନୋଭାବକୁ ପ୍ରୋତ୍ସାହିତ କରିବା ସହ ଅଧୀନସ୍ଥ କର୍ମଚାରୀଙ୍କ କଲ୍ୟାଣକୁ ପ୍ରାଥମିକତା ଦେବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।

ରାଷ୍ଟ୍ରପତି କହିଛନ୍ତି ଯେ, ଆଇନ ଓ ନିୟମ ଅନୁଯାୟୀ ପୁଲିସ ଅଧିକାରୀମାନଙ୍କୁ ବ୍ୟାପକ କ୍ଷମତା ମିଳିଥାଏ। କିନ୍ତୁ ଜନସାଧାରଣଙ୍କ ମଧ୍ୟରେ ପ୍ରକୃତ ସମ୍ମାନ ସେମାନଙ୍କୁ ନିଜର କାର୍ଯ୍ୟଶୈଳୀ ଓ ମୂଲ୍ୟବୋଧ ଆଧାରରେ ହିଁ ମିଳିଥାଏ। ଅଧିକାରୀମାନଙ୍କ ମଧ୍ୟରେ ନାଗରିକଙ୍କ ସେବା କରିବାର ପ୍ରତିବଦ୍ଧତା ରହିବା ଉଚିତ, ସେମାନଙ୍କ ପ୍ରତି ଶ୍ରେଷ୍ଠତାର ମନୋଭାବ ନୁହେଁ।

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande