ଛଠ ପର୍ବକୁ ଦୃଷ୍ଟିରେ ରଖି ନଭେମ୍ବର ୧୧ ରେ ଦିଲ୍ଲୀରୁ ୩୧ଟି ସ୍ଵତନ୍ତ୍ର ଟ୍ରେନ୍ ଚଳାଇବା ନେଇ ପ୍ରସ୍ତୁତି
ନୂଆଦିଲ୍ଲୀ, ୧୦ ନଭେମ୍ବର (ହି.ସ.)- ଛଠ ପର୍ବ ସମୟରେ ବଢୁଥିବା ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ଉତର ରେଳବାଇ ଦିଲ୍ଲୀ ଅଂଚଳର ପ୍ରମୁଖ ରେଳ ଷ୍ଟେସନଗୁଡିକରେ ବ୍ୟାପକ ବ୍ୟବସ୍ଥା କରିଛି । ପୂର୍ବ ଭାରତକୁ ଯାଉଥିବା ଯାତ୍ରୀମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି । ରେଳବାଇ ନଭେମ୍ବର ୧୧ ର
ରେଳବାଇ


ନୂଆଦିଲ୍ଲୀ, ୧୦ ନଭେମ୍ବର (ହି.ସ.)- ଛଠ ପର୍ବ ସମୟରେ ବଢୁଥିବା ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ଉତର ରେଳବାଇ ଦିଲ୍ଲୀ ଅଂଚଳର ପ୍ରମୁଖ ରେଳ ଷ୍ଟେସନଗୁଡିକରେ ବ୍ୟାପକ ବ୍ୟବସ୍ଥା କରିଛି । ପୂର୍ବ ଭାରତକୁ ଯାଉଥିବା ଯାତ୍ରୀମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି । ରେଳବାଇ ନଭେମ୍ବର ୧୧ ରେ ଦିଲ୍ଲୀ ଅଂଚଳର ପ୍ରମୁଖ ଷ୍ଟେସନ ଗୁଡିକରୁ ୩୧ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରିଛି ।

ମୁଖ୍ୟ ଜନସମ୍ପର୍କ ଅଧିକାରୀ ହିମାଂଶୁ ଶେଖର ଉପାଧ୍ୟାୟ କହିଛନ୍ତି ଯେ, ମଙ୍ଗଳବାର ଦିନ ଦିଲ୍ଲୀ ଅଂଚଳର ପ୍ରମୁଖ ରେଳ ଷ୍ଟେସନଗୁଡିକରୁ ମୋଟ୍ ୨୭ଟି ସ୍ୱତନ୍ତ୍ର ଟ୍ରେନ୍ ସଂଚାଳନ କରାଯିବା ନେଇ ନିର୍ଦ୍ଧାରିତ ହୋଇଛି । ଏଗୁଡ଼ିକ ମଧ୍ୟରେ ଆନନ୍ଦ ବିହାର ଟର୍ମିନାଲରୁ ୯ଟି, ନୂଆଦିଲ୍ଲୀରୁ ୬ଟି, ଶକୁରବସ୍ତୀରୁ ୫ଟି, ଦିଲ୍ଲୀ ଜଙ୍କସନରୁ ୩ଟି, ହଜରତ ନିଜାମୁଦ୍ଦିନରୁ ୩ଟି ଏବଂ ରୋହତକରୁ ଗୋଟିଏ ସ୍ୱତନ୍ତ୍ର ଟ୍ରେନ୍ ସାମିଲ୍ ରହିଛି । ନଭେମ୍ବର ୯ ତାରିଖରେ ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବରୁ ଧାର୍ଯ୍ୟ ହୋଇଥିବା ୨୩ଟି ସ୍ୱତନ୍ତ୍ର ଟ୍ରେନ୍ ବ୍ୟତୀତ ସ୍ୱଳ୍ପ ସୂଚନାରେ ୬ଟି ଅଣସଂରକ୍ଷିତ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ପରିଚାଳିତ ହୋଇଥିଲା । ତେଣୁ, ଯାତ୍ରୀମାନଙ୍କ ଅତିରିକ୍ତ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ସେମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଂଚାଇବା ପାଇଁ ରେଳବାଇ କ୍ରମାଗତ ଭାବେ ଅତିରିକ୍ତ ବ୍ୟବସ୍ଥା କରୁଛି ।

ଉତର ରେଲୱେର ଡିଭିଜନାଲ ରେଲୱେ ମ୍ୟାନେଜର, ଅତିରିକ୍ତ ଡିଭିଜନାଲ ରେଲୱେ ମ୍ୟାନେଜରଙ୍କ ସମେତ ମୁଖ୍ୟାଳୟ ଏବଂ ଡିଭିଜନର ବରିଷ୍ଠ ଅଧିକାରୀମାନେ ପ୍ରମୁଖ ରେଳ ଷ୍ଟେସନରେ ଯାତ୍ରୀଙ୍କ ଆଗମନ ଉପରେ ନିରନ୍ତର ନଜର ରଖିଛନ୍ତି । ମଙ୍ଗଳବାର ଦିନ ଭିଡ଼ ପରିସ୍ଥିତି ଉପରେ ମଧ୍ୟ ନଜର ରଖାଯାଇଛି ଏବଂ ଆବଶ୍ୟକ ସମୟରେ ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande