
ଭଦ୍ରକ, ୧୦ ନଭେମ୍ବର (ହି.ସ.) - ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ରୋଭର୍ସ କ୍ଲବର ୬୬ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ସମାରୋହ ଉଦଯାପିତ ହୋଇଯାଇଛି । ଭଦ୍ରକରେ ଅନେକ କ୍ଲବ ରହିଛି ଏବଂ ତା ମଧ୍ୟରୁ ରୋଭର୍ସ କ୍ଲବ ଏକା ତିଷ୍ଠି ରହିଛି । ଏହି କ୍ଲବ ଆନୁକୂଲ୍ୟରୁ ମହାବୀର ପଡିଆ ଠାରେ ଅନେକ ଖେଳ ଫୁଟବଲ ଓ କ୍ରିକେଟ ଟୁର୍ନାମେଂଟ ଆମ ରାଜ୍ୟ ଓ ରାଜ୍ୟ ବାହାରୁ କ୍ଲବ ଗୁଡିକ ଆସେ ତାହା ଟୁର୍ନାମେଂଟ ହିସାବରେ ଖେଳନ୍ତି ଏବଂ ନିଜେ ରୋଭର୍ସ କ୍ଲବ ମଧ୍ୟ ଓଡ଼ିଶାର ପ୍ରତ୍ୟେକ ଏରିଆ କୁ ଖେଳିବାକୁ ଯାଆନ୍ତି ଓ ସୁନାମ ଅର୍ଜନ କରୁଛନ୍ତି । ଭଦ୍ରକ ଏକ ଭାଇଚାରା ସହର ରେ ଏହି କ୍ଲବ ରହିଛି । ଆଲୋକର ପର୍ବ ଦୀପାବଳି ସନ୍ଧ୍ୟା ସମୟରେ କ୍ଲବର ପ୍ରତିଷ୍ଠା ଦିବସରେ ଅତିଥିଙ୍କ ଦ୍ୱାରା ମହମବତି ଲଗାଇ ଶୁଭାରମ୍ଭ କରାଯାଇଥିଲା । କ୍ଲବର ସଭାପତି ହରି ନନ୍ଦୀଙ୍କ ସଭାପତିତ୍ୱ ଓ ସମାଜସେବୀ ସୁଧାକର ରାଉତଙ୍କ ସହଯୋଗରେ ଆରମ୍ବ ହୋଇଥିଲା । ସମ୍ପାଦକ ହାଜି ଅବୁ ହୋସେନ ଖାନ ବାର୍ଷିକ ସୂଚନାକୁ ଆଲୋକପାତ କରିଥିଲେ ଏବଂ ସଂଚାଳକ ଭାବେ ମାଷ୍ଟର କବି ମୁସ୍ତାକ ଗୌହର ଦାୟିତ୍ୱ ତୁଳାଇଥିଲେ । ରୋଭର୍ସ କ୍ଲବର ପୁରାତନ ସଭ୍ୟ ତଥା ଫେଲୋସିପ ର ସମ୍ପାଦକ ଫାରୁକ ବାବୁଙ୍କୁ ଅଜୀବନ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଦୁଇ ଉପ-ସଭାପତି ରାଜେନ୍ଦ୍ର ଜେନା ମାନପତ୍ର ପଢିଥିଲେ ଏବଂ ତାଙ୍କୁ ସହଯୋଗ କରିଥିଲେ ଆଇନଯିବି ସହିଲ ଅହେମଦ । ଏହି ପ୍ରତିଷ୍ଠା ସମାରୋହରେ ମୁଖ୍ୟ ଅତିଥି ଭାବେ ପୁରୁଣା ବଜ଼ାର ଥାନା ଅଧିକାରୀ ସୁଶାନ୍ତ ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି, ଲାଏନ୍ସ କ୍ଲବର ସଭ୍ୟ ଅଶୋକ ମହାନ୍ତି, ବିଦ୍ୟାଧର ସାହୁ, ଅମିତାବାଳା ଆଚାର୍ଯ୍ୟ, ହାଜି ଅବଦୁଲ ମୁକିତ ଖାନ, ଅସରଫ ଅଲି ଖାନ, ଅବୁ ସୁଫିଆନ ଖାନ, ଶଶିଭୂଷଣ ପଣ୍ଡା ପ୍ରମୁଖ ଯୋଗଦାନ କରି ଖେଳ, ଖେଳାଳି ଓ ଭାଇଚାରା ଉପରେ ଆଲୋକପାତ କରିଥିଲେ । ଏହି ପ୍ରତିଷ୍ଠା ସମାରୋହକୁ କ୍ଲବର ଅଫିସ ସମ୍ପାଦକ ମିର୍ଜା ଇଜ଼ାଜ଼ ବେଗ , ମିର ସମୀର, ଶେଖ ଜୁଲଫୁକାର , ଶେଖ ଦିଲୱର ଅଲି ଓ ଶେଖ ସଲିମ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ