ଆରମ୍ଭ ହେଲା ସୃଜନିକା ଗୃହ ନିର୍ମାଣ କାର୍ଯ୍ୟ, ଉପକୃତ ହେବେ ୩ ଶହ ଟେରାକୋଟା ଶିଳ୍ପୀ
ଭଦ୍ରକ, ୧୦ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ମହାନ୍ତିପଡା ଠାରେ ଟେରାକୋଟା କାରିଗରଙ୍କ ପାଇଁ ସୃଜନିକା ଗୃହ (ସାଧାରଣ ସୁବିଧା କେନ୍ଦ୍ର) ନିର୍ମାଣ ନିମନ୍ତେ ସୋମବାର କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପ୍ରକଳ୍ପର ଅଟକଳ ମୂଲ୍ୟ ୮୩ ଲକ୍ଷ ୪୪ ହଜାର ୪୦ ଟଙ୍କା ରହିଥିବା ବେଳେ ନିର୍ମାଣ ପରେ
SUJANIKA GRUHA KARJYA ARAMBHA


ଭଦ୍ରକ, ୧୦ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ମହାନ୍ତିପଡା ଠାରେ ଟେରାକୋଟା କାରିଗରଙ୍କ ପାଇଁ ସୃଜନିକା ଗୃହ (ସାଧାରଣ ସୁବିଧା କେନ୍ଦ୍ର) ନିର୍ମାଣ ନିମନ୍ତେ ସୋମବାର କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପ୍ରକଳ୍ପର ଅଟକଳ ମୂଲ୍ୟ ୮୩ ଲକ୍ଷ ୪୪ ହଜାର ୪୦ ଟଙ୍କା ରହିଥିବା ବେଳେ ନିର୍ମାଣ ପରେ ସଂପୃକ୍ତ ଅଚଂଳରେ ଥିବା ୩ ଶହରୁ ଉର୍ଦ୍ଧ ଶିଳ୍ପୀ ଉପକୃତ ହୋଇ ପାରିବେ । ଦୀର୍ଘ ଦିନର ଦାବୀ ଓ ଲଢେଇ ପରେ କାର୍ଯ୍ୟାରମ୍ଭ ହୋଇଥିବାରୁ ବିଶେଷକରି ମହିଳା ମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ଟେଣ୍ଡର ଦଲିଲ ଅନୁଯାୟୀ, ପ୍ରକଳ୍ପ କାର୍ଯ୍ୟକୁ ୪ ଭାଗରେ ବିଭକ୍ତି କରାଯାଇଛି । ମୂଳକୋଠା ନିର୍ମାଣ ପାଇଁ ୭୫ ଲକ୍ଷ ୩୭ ହଜାର ୫ ଶହ ୬୦ ଟଙ୍କା, ସ୍ଲିଟ ଏସି ସଂସ୍ଥାପନ ସହ ଆଭ୍ୟନ୍ତରୀଣ ବିଦ୍ୟୁତକରଣ ନିମନ୍ତେ ୩ ଲକ୍ଷ ୩୫ ହଜାର ୪ ଶହ ୧୧ ଟଙ୍କା, ପାନୀୟ ଜଳ ଓ ସାନିଟାରୀ କାର୍ଯ୍ୟ ଲାଗି ୨ ଲକ୍ଷ ୯୧ ହଜାର ୫ ଟଙ୍କା ଏବଂ ଗଭୀର ବୋରୱେଲ ଖୋଲିବା ପାଇଁ ୧ ଲକ୍ଷ ୮୦ ହଜାର ୬୩ ଟଙ୍କା ଅଟକଳ କରାଯାଇଛି । ଏହା ନିର୍ମାଣ ହେଲେ ଟେରାକୋଟା ଶିଳ୍ପୀ କାରିଗର ମାନେ ଉତ୍ପାଦନ, ପ୍ରଶିକ୍ଷଣ ଓ ବିପଣନ କ୍ଷେତ୍ରରେ ସୁବିଧା ପାଇ ପାରିବା ସହ ସେମାନଙ୍କ ଦୀର୍ଘ ଦିନର ଦାବି ପୂରଣ ହେବ । ପ୍ରକାଶଯେ ଏହି ବ୍ଲକର ମହାନ୍ତିପଡା ପଚାଂୟତର ତ୍ରିସାଲିଆ,କୁଣ୍ଡି, ବଉଳଢିହ, ମହାନ୍ତିପଡା ଆଦି ଗ୍ରାମରେ ୩ ଶହରୁ ଉର୍ଦ୍ଧ ଟେରାକୋଟା ଶିଳ୍ପୀ ରହିଛନ୍ତି । ଶିଳ୍ପୀ ମାନେ ମାଟିରେ ନିର୍ମର୍ିତ ମୂର୍ତର୍ି, କଣ୍ଢେଇ, ମାଟିଦୀପ, ଚା ଗ୍ଲାସ, ଫୁଲଦାନୀ ଆଦି ବ୍ୟବହାର ସାମଗ୍ରୀ ପ୍ରସ୍ତୁତ କରି ସରକାରୀ ପ୍ରଦର୍ଶନୀ ସହ ବଜାରରେ ବିକ୍ରୟ ବଟ୍ଟା କରି ଅର୍ଥ ରୋଜଗାର କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ହସ୍ତତନ୍ତ୍ର ଓ ବୟନଶିଳ୍ପ ବିଭାଗ ପକ୍ଷରୁ ଶିଳ୍ପୀ କାରିଗରଙ୍କୁ ସ୍ୱାବଲମ୍ବୀ କରିବା ନେଇ ଅର୍ଥ ଯୋଗାଇ ଦିଆଯାଇଥିଲା । ସୃଜନିକା ଗୃହ ନିର୍ମାଣ ହେଲେ ଶିଳ୍ପୀ ମାନଙ୍କ ଦକ୍ଷତା ବିକାଶ ପାଇଁ ଉନ୍ନତ ଯନ୍ତ୍ରପାତି ବ୍ୟବହାର, ଗଚ୍ଛିତ ପାଇଁ ଉପଯୁକ୍ତ ସ୍ଥାନ, ଗୋଟିଏ ସ୍ଥାନରେ ବସି କାର୍ଯ୍ୟ କରି ପାରିବେ । ପଚାଂୟତ କାର୍ଯ୍ୟାଳୟ ପାଶ୍ୱର୍ରେ ଥିବା ସରକାରୀ ଜମି ଚିହ୍ନଟ ପରେ ବିଭାଗୀୟ ଅଧିକାରୀ, ତହସିଲ କର୍ତୂପକ୍ଷ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁ ବର୍ଷାଧିକ କାଳ ଧରି ଅର୍ଥ ପଡିରହି ଫେରିଯିବାକୁ ବସିଥିବା ବେଳେ ଗତ ଜାନୁଆରୀ ୧୩ ତାରିଖ ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହ ପୂର୍ବର ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କୁ ଭେଟି ସୃଜନିକା ଗୃହ କାର୍ଯ୍ୟ ଆରମ୍ଭ ନେଇ ଦାବି ଉପସ୍ଥାପନ କରିଥିଲେ । ଦୀର୍ଘ ଦାବି ଓ ପ୍ରଚେଷ୍ଟା ପରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ କାରିଗର ଶିଳ୍ପୀ ଏଲିନା ସାହୁ, ଗୌରୀ ରଣା,ଛବିିରାଣୀ ସାହୁ, ପାର୍ବତୀ ବେହେରା, ପ୍ରତିମା ସାହୁ, ନୟନା ବେହେରା,ଅବନ୍ତି ଲତା ସାହୁ, ତିିଳୋତମା ସାହୁ,ସୁଲୋଚନା ରଣା, ସୁକାନ୍ତି ମୁଦୁଲି, ପଙ୍କଜିିିନୀ ସାହୁ, ସରସ୍ୱତୀ ବେହେରା, ସାବିତ୍ରୀ ମୁଦୁଲି, ପ୍ରତିମା ମୁଦୁଲି, ମଞ୍ଜୁଲତା ମୁଦୁଲିିଙ୍କ ସମେତ ଗ୍ରାମବାସୀ ସ୍ଥାନୀୟ ସମିତିସଭ୍ୟ ନିର୍ମଳ ନାୟକ, ଶୁଭେନ୍ଦୁ ବେହେରା, କିରଣମୟ ବେହେରା, ଚିନ୍ତାମଣୀ ମହାରଣା, ଟିକି ବେହେରା, ସୁଶାନ୍ତ ରଣା ପ୍ରମୁଖ ଖୁସି ପ୍ରକଟ୍ଟ କରିଛନ୍ତି । ଅନ୍ୟପକ୍ଷରେ ଠିକାଦାର ଆଗାମୀ ତିନି ମାସ ମଧ୍ୟରେ ଅଗ୍ରାଧିକାର ଭିତିିରେ କାର୍ଯ୍ୟ ସାରିବେ ବୋଲି ଏହି ପ୍ରତିନିଧିଙ୍କୁ କହି ଗ୍ରାମବାସିଙ୍କ ପୂର୍ଣ୍ଣ ସହଯୋଗ ଚାହିଁଁଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande