





ସମ୍ବଲପୁର, ୧୦, ନଭେମ୍ବର (ହି.ସ.) - କେନ୍ଦ୍ରର ମୋଦୀ ସରକାର, ବିଜେପି ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରଶାସନିକ କାର୍ଯ୍ୟକାରୀ ସଂସ୍ଥା ବିରୁଦ୍ଧରେ ଷଡ଼ଯନ୍ତ୍ର ପୂର୍ବକ ବିରୋଧୀଙ୍କ ଆନ୍ଦୋଳନ ଓ ଅପପ୍ରଚାରକୁ ପ୍ରତିହତ କରିବା ପାଇଁ ବିଜେପି ପକ୍ଷରୁ ଦେଶ ବ୍ୟାପି ଗଣତନ୍ତ୍ର ବଂଚାଅ, ଅରାଜକତା ହଟାଅ' ଅଭିଯାନ ଆରମ୍ଭ କରାଯାଇଛି ।
ଏହି ମର୍ମରେ ଆଗାମୀ ଦିନରେ ସମ୍ବଲପୁର ଜିଲ୍ଲା ରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ର ପରିକଳ୍ପନାକୁ ନେଇ ଆଜି ସମ୍ବଲପୁର ଜିଲ୍ଲା ଭାଜପା ପକ୍ଷରୁ ଗଣତନ୍ତ୍ର ବଂଚାଅ, ଅରାଜକତା ହଟାଅ' ଶୀର୍ଷକ ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଗଣତନ୍ତ୍ରର ସୁରକ୍ଷା, ଜନସାଧାରଣଙ୍କ ମୌଳିକ ଅଧିକାର ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁଦୃଢ଼ୀକରଣ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।
ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ରାମଚନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ସ୍ଥାନୀୟ ଅଗ୍ରସେନ୍ ଭବନ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଓ ଅତିଥି ଭାବେ ଯୋଗଦେଇ ଦଳର ବରିଷ୍ଠ ନେତୃବୃନ୍ଦ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅରାଜକତା ବିରୁଦ୍ଧରେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ଏହି ଅଭିଯାନର କ୍ଲଷ୍ଟର ପ୍ରଭାରୀ ତଥା ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ସାଧାରଣ ସମ୍ପାଦକ ସୀମାଂଚଳ ଖଟେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାୟକ, ସମ୍ବଲପୁର ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ସମ୍ପାଦକ କଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗିରିଶ ପଟେଲ ଓ ଦେବେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଦଳୀୟ କର୍ମକର୍ତାଙ୍କୁ ମାର୍ଗଦର୍ଶନ କରିଥିଲେ । ଦେଶ ଓ ପ୍ରଦେଶରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା ଓ ବିରୋଧୀଙ୍କ ଅପପ୍ରଚାର କୁ ରୋକିବା ସହ ଜନସାଧାରଣଙ୍କ ପାଖରେ ସତ୍ୟକୁ ଉପସ୍ଥାପିତ କରିବା ପାଇଁ ସମସ୍ତେ ମିଳିମିଶି କାର?୍ୟ୍ୟ କରିବାକୁ ଅତିଥିମାନେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ତଥା ରାଜ୍ୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି, ଜିଲ୍ଲା ସାଧାରଣ ସମ୍ପାଦକ ସମୀର ରଞ୍ଜନ ବାବୁ ଓ ଆଶିଷ ହୋତା, ବରିଷ୍ଠ ନେତା ଦାମୋଦର କର, ମୋର୍ଚ୍ଚା ସଭାପତି ପ୍ରଭୁଦତ ପଣ୍ଡା, ସୁଷମା ସହୁ, ମିତ୍ରଭାନୁ ପ୍ରଧାନ, ହରବ୍ରତ ସେନାପତି, ଗୁର୍ଦିପ ସିଂ, ରମେଶ ପ୍ରଧାନଙ୍କ ସମେତ ଭାଜପା ଜିଲ୍ଲା ନେତୃବୃନ୍ଦ, ବିଭିନ୍ନ ମଣ୍ଡଳର ସଭାପତି ଏବଂ ବହୁ କର୍ମୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । କାର୍ମୁଯ୍ୟକ୍ରମରେ ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ପଂଚାୟତିରାଜ, ଗ୍ରାମ୍ୟ ଉନ୍ନୟନ, ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାୟକ ପ୍ରମୁଖ ବର୍ତମାନ ସମୟରେ ଚାଲିଥିବା ଷଡ଼ଯନ୍ତ୍ର ପୂର୍ବକ ରାଜନୀତି ଉପରୁ ଉଦବୋଧନ ମାଧ୍ୟମରେ ପର୍ଦ୍ଧା ଉଠାଇଥିଲେ । ପରେ ପରେ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ, ସୀମାଂଚଳ ଖଟେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମାହାପାତ୍ର, ଗିରିଶ ପଟେଲ ଓ ସବିତା ନନ୍ଦ, ରାଜ୍ୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି, ଜିଲ୍ଲା ସାଧାରଣ ସମ୍ପାଦକ ସୁଶୀଲ କୁମାର କର, ଆଶିଷ କୁମାର ହୋତା, ବରିଷ୍ଠ ନେତା ଗୋ୍ୱିନ୍ଦ ଅଗ୍ରୱାଲ, ଦାମୋଦର କର, ଡ.ପ୍ରମୋଦ ରଥ, ସୁଶାନ୍ତ ପୁରୋହିତ, ସରୋଜ ଦଲପତ୍, ଫଣି ଭୂଷଣ ମିଶ୍ର, କର୍ଣ୍ଣେଲ ପ୍ରଭାତ ପଣ୍ଡା ପ୍ରମୁଖ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଶେଷରେ ଜିଲ୍ଲା ସାଧାରଣ ସଂପାଦକ ସମୀର ରଞ୍ଜନ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ