
ଖୋର୍ଦ୍ଧା, 10 ନଭେମ୍ବର (ହି.ସ.)ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଆନୁକୂଲ୍ୟରେ ରାଜ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ କ୍ୟାମ୍ପ “ଚେତନା’” ମଙ୍ଗଳବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଛି । ୨୩ଟି ଜିଲ୍ଲାରୁ ୫୦୦ ରୁ ଊର୍ଦ୍ଧ୍ବ ସ୍କାଉଟ, ଗାଇଡ୍ ଏହି କ୍ୟାମ୍ପ୍ ରେ ଯୋଗଦାନ କରିଛନ୍ତି । ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥ୍ ବିଧାୟକ ଭୁବନେଶ୍ଵର (ଏକାମ୍ର)
ବାବୁ ସିଂହ, ପ୍ରଦୀପ ପ୍ରଜ୍ବଳନ କରି ଉକ୍ତ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।ରାଜ୍ୟ ମୁଖ୍ୟ କମିଶନର ଡଃ ମିଶ୍ର ଏହି “ସେ “ଚେତନା” କ୍ୟାମ୍ପର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ । ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ତିଆରି ହୋଇଥିବା ଟି.ସାର୍ଟକୁ ଲୋକାର୍ପଣ କରିବା ସହିତ ଏହି କ୍ୟାମ୍ପରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷାକରି ପାରସ୍ପରିକ ସ୍ନେହ ଓ ବନ୍ଧୁତା ସ୍ଥାପନ ପୂର୍ବକ ସମାଜରେ ଭାଇଚାରାର ଭାବ ଉଦ୍ରେକ କରିବା ପାଇଁ ପ୍ରେରଣାଦାୟକ ହେବ ବୋଲି ମୁଖ୍ୟ ଅତିଥି ସିଂହ ମତବ୍ୟକ୍ତ କରିଥିଲେ ।ଏହି ଶିବିରରେ ପିଲାମାନଙ୍କ ମଧ୍ୟରେ ଦଳଗତ ଆଦି ପ୍ରତିଯୋଗିତା । ଅନୁଷ୍ଠିତ ହେଉଛି । ନୃତ୍ୟ, କ୍ଷୁଦ୍ର ନାଟକ, ଖାଦ୍ୟମେଳା, ଯୋଗ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ଯୁଗ୍ମ ସମ୍ପାଦିକା ଅନାମିକା ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ରାଜ୍ୟ ସମ୍ପା ସମ୍ପାଦକ ଶରତ ଚନ୍ଦ୍ର ପାଇକରାୟ ଧନ୍ୟବାଦ ଷରେ ସ୍କାଉଟ ଓ ଗାଇଡ୍ମାନଙ୍କ ଦ୍ବାରା ଆକର୍ଷଣୀୟ ନୃତ୍ୟ ପରିବେଷଣ ଅର୍ପଣ କରିଥିଲେ । ଶେଷରେ ସ୍କାଉଟସ୍ ଏବଂ ଗାଇଡସ୍ଙ୍କ ଦ୍ଵାରା ଆକର୍ଷଣୀୟ ନୃତ୍ୟ ପରିବେଷଣ କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ