
କେନ୍ଦ୍ରାପଡ଼ା, ୧୦ ନଭେମ୍ବର(ହି.ସ.) – କେନ୍ଦ୍ରାପଡ଼ା ପୈାରାଂଚଳ ସଂଲଗ୍ନ ଗରାପୁର ଠାରେ ଥିବା ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଦକ୍ଷିଣ କାଳୀ ମନ୍ଦିରରେ ଶୟାମାକାଳୀ ପୂଜା ଅନୁଷ୍ଠିତ ହୋଇଯାଇଛି। ମା’ ଦକ୍ଷିଣ କାଳୀଙ୍କ ଶ୍ରୀ ବିଗ୍ରହକୁ ସ୍ୱତନ୍ତ୍ର ଭାବେ ସଜ୍ଜା ଯାଇ ଷୋଡ଼ଶ ଉପଚାର ପୂଜା, ଶ୍ରୀ ଚଣ୍ଡୀପାଠ, ଘୃତ ଯଜ୍ଞ ପ୍ରଭୃତି ପୂଜାକ୍ରମ ମଧ୍ୟରାତ୍ରରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଜୟ ଶ୍ରୀରାମ ଭଜନ ସଂନ୍ଧ୍ୟା ସଂଗଠନ ପକ୍ଷରୁ ଭଜ ପରିବେଷଣ କରାଯାଇ ଥିଲା। ସୁବାସ ପାତ୍ର, ସୂର୍ଯ୍ୟକାନ୍ତ କର, ପ୍ରଶାନ୍ତ କର, ଜ୍ୟୋର୍ତିମୟୀ କର, ନମିତା ସ୍ୱାଇଁ, ବିନୋଦ ଓଝା, ଟିକି କୁମାର, ଉଲାସ କୁମାର ଓ ସୁଶ୍ରୀ ମନିକା ପ୍ରମୁଖ କଳାକାରମାନେ ସଙ୍ଗୀତ ପରିବେଷଣ କରିଥିଲେ। ମନ୍ଦିରର ମୁଖ୍ୟ ପୂଜକ ପଣ୍ଡିତ ବାସୁଦେବ ମହାପାତ୍ର ଓ ବିଶ୍ୱନାଥ ମହାପାତ୍ରଙ୍କ ଦ୍ୱାରା ମା’ଙ୍କର ସମସ୍ତ ସେବାପୂଜା, ନୀତିକାନ୍ତି ଓ ଯଜ୍ଞ କର୍ମ ଅନୁଷ୍ଠିତ ହୋଇଥିଲା। ମନ୍ଦିର ପରିଚାଳନା କମିଟି ପକ୍ଷରୁ ରବିନ୍ଦ୍ର ନାଥ ମହାନ୍ତି ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସମ୍ପାଦନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି