ସଞ୍ଚୟ ପକ୍ଷ ପାଳନ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା
ଖୋର୍ଦ୍ଧା, 10 ନଭେମ୍ବର (ହି.ସ.) ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ସଞ୍ଚୟ ପକ୍ଷ ଅବସରରେ “ମିତବ୍ୟୟିତା, ସଞ୍ଚୟ, ସଚେତନତା ଓ ସତର୍କତା” ସମ୍ପର୍କିତ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲ
Dibet


ଖୋର୍ଦ୍ଧା, 10 ନଭେମ୍ବର (ହି.ସ.)

ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ସଞ୍ଚୟ ପକ୍ଷ ଅବସରରେ “ମିତବ୍ୟୟିତା, ସଞ୍ଚୟ, ସଚେତନତା ଓ ସତର୍କତା” ସମ୍ପର୍କିତ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ସହକାରୀ ନିର୍ଦେଶକ ମମତା ନାୟିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଳେ ଲେ ।

ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଞ୍ଚୟର ବିଶେଷ ଭୂମିକା ରହିଛି, ତେଣୁ ଜୀବନରେ ମିତବ୍ୟୟିତା ଅବଲମ୍ବନ କରି ଛାତ୍ରଛାତ୍ରୀମାନେ ସଞ୍ଚୟ ପ୍ରତି ପ୍ରତି ଧ୍ଯାନ୍ୟ ଦେବା ଉଚିତ୍ ବୋଲି ସେ ମତବ୍ୟକ୍ତ କରିଥିଲେ । ବିଚାରକ ଭାବେ ଅବସର ସରପ୍ରାପ୍ତ ଜିଲ୍ଲା ସ୍ଵଳ୍ପ ସଞ୍ଚୟ ଅଧିକାରୀ ସୌଦାମିନୀ ପଟ୍ଟନାୟକ, ସମୀର ମହାପାତ୍ର ଓ ସହକାରୀ ଜିଲ୍ଲାପାଳ ଭୁବନେଶ୍ଵରୀ କଁହର ଯୋଗ ଦେଇଥିଲେ । ଏ ପ୍ରତିଯୋଗିତାରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଗଙ୍ଗପଡ଼ାର ଛାତ୍ର ପ୍ରୀତମ ପଶ୍ଚିମକବାଟ ପ୍ରଥମ, କେବିଡିଏଭି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନିରାକାରପୁରର ଛାତ୍ର ଓମ ପ୍ରକାଶ ମହାପାତ୍ର ଦ୍ଵିତୀୟ ଓ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଖୋର୍ଦ୍ଧାର ଛାତ୍ରୀ ଆଦ୍ୟାଶା ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ l ଅତିରିକ୍ତ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ରୁପାଲିନ ସାହୁ ମଞ୍ଚ ପରିଚାଳନା କରିଥିଲେl

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande