ଭେଲ୍ଲୋର : ପୂର୍ବ ଶତ୍ରୁତା କାରଣରୁ ପିଏମକେ ନେତାଙ୍କୁ ଗୁଳି କରି ହତ୍ୟା, ଅଭିଯୁକ୍ତର ପାଦକୁ ଗୁଳି କରି ଧରିଲା ପୋଲିସ
ଭେଲ୍ଲୋର, ୧୦ ନଭେମ୍ବର (ହି.ସ.)- ତାମିଲନାଡୁର ଭେଲ୍ଲୋର ଜିଲ୍ଲାର ଗୁଡିୟାଟ୍ଟମ୍ ନିକଟରେ ଏକ ପୂର୍ବ ଶତୃତାକୁ ନେଇ ପଟ୍ଟାଲି ମକ୍କଲ କାଚି (ପିଏମକେ)ର ନେତା ଜ୍ଞାନଭେଲୁଙ୍କୁ ଦେଶୀ ବନ୍ଧୁକରେ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣାରେ ତାଙ୍କ ବନ୍ଧୁ ରଘୁ ମଧ୍ୟ ଆହତ ହୋଇଥିଲେ । ଘଟଣା ପରେ ଖସି ପଳାଇବ
ଘଟଣାରେ ଆହତ ପୁବରାସନ ଓ ପୋଲିସ ଅଧିକାରୀ ହସ୍ପିଟାଲରେ ଚିକିତ୍ସାଧିନ ଏବଂ ମୃତକଙ୍କ ଫଟୋ


ଭେଲ୍ଲୋର, ୧୦ ନଭେମ୍ବର (ହି.ସ.)- ତାମିଲନାଡୁର ଭେଲ୍ଲୋର ଜିଲ୍ଲାର ଗୁଡିୟାଟ୍ଟମ୍ ନିକଟରେ ଏକ ପୂର୍ବ ଶତୃତାକୁ ନେଇ ପଟ୍ଟାଲି ମକ୍କଲ କାଚି (ପିଏମକେ)ର ନେତା ଜ୍ଞାନଭେଲୁଙ୍କୁ ଦେଶୀ ବନ୍ଧୁକରେ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣାରେ ତାଙ୍କ ବନ୍ଧୁ ରଘୁ ମଧ୍ୟ ଆହତ ହୋଇଥିଲେ । ଘଟଣା ପରେ ଖସି ପଳାଇବାକୁ ଚେଷ୍ଟା କରୁଥିବା ଅଭିଯୁକ୍ତ ପୁବରାସନକୁ ଗିରଫ କରିଛି ପୋଲିସ । ତାର ଗୋଡକୁ ଗୁଳିକରି ପୋଲିସ ତାକୁ ଧରିଥିଲା । ମଙ୍ଗଳବାର ଦିନ ପୋଲିସ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ୍ ବିଜ୍ଞପ୍ତିରେ ଘଟଣାର ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି ।

ପୋଲିସର କହିବା ଅନୁଯାୟୀ, ଗୁଡିୟାଟ୍ଟମ୍ ନିକଟସ୍ଥ ସେଙ୍ଗୁନ୍ଦ୍ରମ୍ ଗାଁର ବାସିନ୍ଦା ପିଏମକେ ନେତା ଜ୍ଞାନଭେଲୁ ଏବଂ ସେହି ଗାଁର ପୁବରାସନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଶତ୍ରୁତା ଲାଗି ରହିଥିଲା । ସୋମବାର ସନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ, ପୁବରାସନ୍ ତା’ ପାଖରେ ଥିବା ଏକ ଲାଇସେନ୍ସବିହୀନ ଦେଶୀ ବନ୍ଧୁକରୁ ଜ୍ଞାନଭେଲୁଙ୍କ ଉପରକୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି ।

ଗୁଳିମାଡରେ ଜ୍ଞାନଭେଲୁ ଏବଂ ତାଙ୍କ ସହିତ ଥିବା ତାଙ୍କର ବନ୍ଧୁ ରଘୁ ଗୁଳି ବିନିମୟରେ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁଡ଼ିୟାଟ୍ଟମ ସରକାରୀ ଡାକ୍ତରଖାନାକୁ ନେଇଥିଲେ । ତେବେ ଡାକ୍ତରଖାନା ନେବା ବାଟରେ ଜ୍ଞାନଭେଲୁଙ୍କର ମୃତ୍ୟୁ ଘଟିଥିଲା । ଏଥି ସହିତ, ଆହତ ରଘୁଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭେଲ୍ଲୋରର ଆଦୁକମ୍ପାରାଇ ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଛି, ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ଜ୍ଞାନଭେଲୁଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଆଦୁକମ୍ପାରାଇ ସରକାରୀ ଡାକ୍ତରଖାନାକୁ ପଠାଇଥିଲା । ଏହା ପରେ ପୋଲିସ ଫେରାର୍ ଅଭିଯୁକ୍ତ ପୁବରାସନକୁ ଖୋଜିବା ଆରମ୍ଭ କରିଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande