
ଆବୁଧାବି, ୧୦ ନଭେମ୍ବର(ହି.ସ.) – ରୁଷ, ୟୁକ୍ରେନ ଏବଂ ଆମେରିକା ମଧ୍ୟରେ ଦୁଇ ଦିନିଆ ଆଲୋଚନା ଆଜି ଏଠାରେ ଆରମ୍ଭ ହୋଇଛି। ଏହି ତ୍ରିପକ୍ଷୀୟ ଆଲୋଚନାରେ ୟୁରୋପର କୌଣସି ପ୍ରତିନିଧି ସାମିଲ ନାହାନ୍ତି। ରୁଷୀୟ ନ୍ୟୁଜ୍ ଏଜେନ୍ସି ସ୍ପୁଟନିକ୍ ରିପୋର୍ଟ କରିଛି ଯେ ୟୁ.ଏ.ଇ. ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ବିନ୍ ଜାୟେଦ ଅଲ୍ ନାହ୍ୟାନଙ୍କ ଦ୍ୱାରା ଏହି ଆଲୋଚନା ଆରମ୍ଭ କରାଯାଇଥିଲା। ଏହାପରେ ତିନି ପ୍ରତିନିଧିମଣ୍ଡଳର କୂଟନୀତିଜ୍ଞମାନେ ଏକ ସ୍ୱାଗତ ଭାଷଣ ଦେଇଥିଲେ। ଏହାପରେ ନାହ୍ୟାନ ଆଲୋଚନା କକ୍ଷରୁ ବାହାରିଗଲେ ଏବଂ ବନ୍ଦ ଦ୍ୱାର ପଛରେ ଆଲୋଚନା ଆରମ୍ଭ ହେଲା।
ୟୁଏଇର ରାଜଧାନୀ ଆବୁଧାବିରେ ବନ୍ଦ ଦ୍ୱାର ପଛରେ ଆରମ୍ଭ ହୋଇଥିବା ଆଲୋଚନା ପୂର୍ବରୁ ରୁଷ ଏବଂ ଆମେରିକା ସହିତ ୟୁକ୍ରେନର ପ୍ରତିନିଧି ଦଳ ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଉତର ଆଟଲାଂଟିକ ଚୁକ୍ତି ସଂଗଠନ(ନାଟୋ) ଏବଂ ୟୁରୋପୀୟ ଆୟୋଗର ପ୍ରତିନିଧିମାନଙ୍କୁ ଭେଟିଥିଲେ। ଏହି ବୈଠକରେ ଆମେରିକାର ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟ୍କଫ୍ ଏବଂ ଜାରେଡ୍ କୁଶନର୍ ମଧ୍ୟ ଯୋଗ ଦେଇଥିଲେ।
ଆମେରିକା, ୟୁକ୍ରେନ୍ ଏବଂ ରୁଷିଆ ମଧ୍ୟରେ ଏହା ହେଉଛି ସଦ୍ୟତମ ଶାନ୍ତି ଆଲୋଚନା ବୋଲି ସି.ଏନ୍.ଏନ୍. ରିପୋର୍ଟ କରିଛି। ପ୍ରାୟ ପାଂଚବର୍ଷର ସଂଘର୍ଷକୁ ସମାପ୍ତ କରିବା ପାଇଁ ଟ୍ରମ୍ପ ପ୍ରଶାସନ ପୁନର୍ବାର ପ୍ରୟାସ କରିଛି। ଏହାର ବିଫଳତାକୁ ନେଇ ଏହା ମସ୍କୋକୁ ଅନେକ ବଡ଼ ରିହାତି ମଧ୍ୟ ଘୋଷଣା କରିଛି। ଫେବୃଆରୀ ପରେ ପ୍ରଥମ ଥର ପାଇଁ ଏହି ଆଲୋଚନା ହେଉଛି। ରୁଷ ଚାହୁଁଥିଲା ଯେ ଆଲୋଚନା ସମ୍ପୂର୍ଣ୍ଣ ଭାବେ ତିନୋଟି ପକ୍ଷ(ଆମେରିକା, ୟୁକ୍ରେନ୍ ଏବଂ ରୁଷିଆ) ମଧ୍ୟରେ ହେଉ। ତେଣୁ ଏହି ବୈଠକରେ ୟୁରୋପର କୌଣସି ପ୍ରତିନିଧି ଉପସ୍ଥିତ ନାହାଁନ୍ତି। ତେବେ, ଅନେକ ୟୁରୋପୀୟ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା, ନାଟୋ ଏବଂ ୟୁରୋପୀୟ ସଂଘର ଅଧିକାରୀମାନେ ମଧ୍ୟ ପୃଥକ ବୈଠକ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସର ରାଜଧାନୀ ଆବୁଧାବିରେ ଅଛନ୍ତି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି