ଉତ୍ସବ ଅବସରରେ ଯାତ୍ରୀଙ୍କ ପାଇଁ ଅଣସଂରକ୍ଷିତ ଫେଷ୍ଟିଭାଲ ସ୍ଵତନ୍ତ୍ର ଟ୍ରେନ୍ ଆଜି ଆନନ୍ଦ ବିହାରରୁ ପ୍ରସ୍ଥାନ କରିବ
ନୂଆଦିଲ୍ଲୀ, ୧୦ ନଭେମ୍ବର (ହି.ସ.)- ପାର୍ବଣ ଋତୁରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଉତର ରେଳବାଇ ଯାତ୍ରୀଙ୍କ ସୁବିଧା ପାଇଁ ଏକ ଅଣସଂରକ୍ଷିତ ଫେଷ୍ଟିଭାଲ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତି ନେଇଛି । ଆନନ୍ଦ ବିହାର ଟର୍ମିନାଲରୁ ଭାଗଲପୁର ମଧ୍ୟରେ ଏହି ଟ୍ରେନ୍ ସଂଚାଳିତ କରାଯିବ ।
ରେଳବାଇ

ଉତର ରେଳବାଇ ଅନୁଯାୟୀ, ଟ୍ରେନ୍ ନମ୍ବର ୦୪୪୭୮ ଆନନ୍ଦ ବିହାର ଟର୍ମିନାଲ୍-ଭାଗଲପୁର ଅଣସଂରକ୍ଷିତ ଫେଷ୍ଟିଭାଲ୍ ସ୍ପେଶାଲ୍ ଆନନ୍ଦ ବିହାର ଟର୍ମିନାଲ୍ ରୁ ନଭେମ୍ବର ୧୦ ତାରିଖ ଅପରାହ୍ନ ୧ଟା ୪୫ଟାରେ ଛାଡିବ । ଏହି ଟ୍ରେନ୍ ଟ୍ରେନ୍ ନମ୍ବର ୧୨୩୬୮ ବିକ୍ରମଶିଳା ଏକ୍ସପ୍ରେସର ନିର୍ଦ୍ଧାରିତ ମାର୍ଗ ଦେଇ ଚାଲିବ ।

ଯାତ୍ରା ସମୟରେ ଏହି ଟ୍ରେନ୍ ଗାଜିଆବାଦ, ଆଲିଗଡ଼, ଟୁଣ୍ଡଲା, କାନପୁର ସେଂଟ୍ରାଲ, ପ୍ରୟାଗରାଜ ଜଙ୍କସନ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ, ବକ୍ସର, ଆରା, ପାଟନା ଜଙ୍କସନ, ଫତୁହା, ବଖ୍ତିୟାରପୁର, ବାଢ଼, ମୋକାମା, ହାତୀଦହ ଜଙ୍କସନ, ଲଖିସରାଇ ଜଙ୍କସନ, କିଉଲ, ଜମାଲପୁର ଏବଂ ସୁଲତାନଗଞ୍ଜ ଷ୍ଟେସନରେ ଅଟକିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ

 rajesh pande