ଆମେରିକାର ପ୍ରତିନିଧି ସଭାରେ ପିଟ୍ ହେଗସେଥଙ୍କ ବିରୋଧରେ ଆଗତ ହେଲା ମହାଭିଯୋଗ ପ୍ରସ୍ତାବ
ୱାଶିଂଟନ (ଆମେରିକା), ୧୦ ନଭେମ୍ବର (ହି.ସ.)। ଆମେରିକାରେ ଇରାନ ଯୁଦ୍ଧକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଏବେ ପ୍ରବଳ ଚାପରେ ରହିଛି। କେଣ୍ଟୁକିରୁ ଟ୍ରମ୍ପଙ୍କ ଦଳ ରିପବ୍ଲିକାନ୍ ପାର୍ଟିର ସାଂସଦ ଥୋମାସ୍ ମାସି ପ୍ରତିରକ୍ଷା ମନ୍ତ୍ରୀ (ପ୍ରତିରକ୍ଷା ସଚିବ/ପରିବର୍ତ୍ତିତ ପଦବୀ ଅନୁଯାୟୀ
1fd59016a611d33e482a27f04cfb0e54_1381775382.jpg


ୱାଶିଂଟନ (ଆମେରିକା), ୧୦ ନଭେମ୍ବର (ହି.ସ.)। ଆମେରିକାରେ ଇରାନ ଯୁଦ୍ଧକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଏବେ ପ୍ରବଳ ଚାପରେ ରହିଛି। କେଣ୍ଟୁକିରୁ ଟ୍ରମ୍ପଙ୍କ ଦଳ ରିପବ୍ଲିକାନ୍ ପାର୍ଟିର ସାଂସଦ ଥୋମାସ୍ ମାସି ପ୍ରତିରକ୍ଷା ମନ୍ତ୍ରୀ (ପ୍ରତିରକ୍ଷା ସଚିବ/ପରିବର୍ତ୍ତିତ ପଦବୀ ଅନୁଯାୟୀ ଯୁଦ୍ଧ ମନ୍ତ୍ରୀ) ପିଟ୍ ହେଗସେଥ୍ଙ୍କୁ ପଦରୁ ହଟାଇବା ପାଇଁ ମହାଭିଯୋଗ ପ୍ରସ୍ତାବ ଆଗତ କରିଛନ୍ତି। ଏହି ପଦକ୍ଷେପ ଶାସକ ରିପବ୍ଲିକାନ୍ ପାର୍ଟି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଏବେ ଦଳର ସାଂସଦମାନଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ ଯେ ସେମାନେ ଟ୍ରମ୍ପ ପ୍ରଶାସନର ଏହି ପ୍ରମୁଖ ମନ୍ତ୍ରୀଙ୍କୁ ସମର୍ଥନ କରିବେ ନା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସପକ୍ଷରେ ମତ ଦେବେ। ଆମେରିକାର ପ୍ରତିନିଧି ସଭା (ନିମ୍ନ ସଦନ)ରେ ଏହି ପ୍ରସ୍ତାବ ଉପରେ ବୁଧବାର ସୁଦ୍ଧା ଭୋଟିଂ ହୋଇପାରେ।

ଆମେରିକୀୟ ନ୍ୟୁଜ୍ ୱେବସାଇଟ୍ 'ଆକ୍ସିଓସ୍'ର ରିପୋର୍ଟ ଅନୁଯାୟୀ, ଥୋମାସ୍ ମାସି ମହାଭିଯୋଗ ପ୍ରସ୍ତାବରେ ଇରାନ ଯୁଦ୍ଧର ପରିଚାଳନା ଶୈଳୀ ଏବଂ ଅନ୍ୟାନ୍ୟ କଥିତ ଅନିୟମିତତାକୁ ନେଇ ପିଟ୍ ହେଗସେଥ୍ଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ କୌଣସି କ୍ୟାବିନେଟ୍ ସଚିବଙ୍କ ବିରୋଧରେ ଏହା ପ୍ରଥମ ମହାଭିଯୋଗ ପ୍ରସ୍ତାବ ହୋଇପାରେ। ଏଥିସହ ଆସନ୍ତା ବର୍ଷ କଂଗ୍ରେସରେ ଡେମୋକ୍ରାଟ୍ମାନଙ୍କ ନିୟନ୍ତ୍ରଣ ରହିଲେ ଆହୁରି କିଛି ବଡ଼ ଘଟଣା ଘଟିପାରେ ବୋଲି ଏହା ସଙ୍କେତ ଦେଉଛି।

ପ୍ରତିନିଧି ସଭାରେ ମହାଭିଯୋଗ ପ୍ରସ୍ତାବ ପଢ଼ି ଶୁଣାଇବା ସମୟରେ ମାସି କହିଥିଲେ ଯେ ହେଗସେଥ୍ ଯଦି ନିଜ ପଦରେ ରହନ୍ତି, ତେବେ ସେ ସମ୍ବିଧାନ ପ୍ରତି ବିପଦ ହୋଇ ରହିବେ। ସେ ନିଜର କର୍ତ୍ତବ୍ୟ ଓ ଆଇନର ଶାସନର ସମ୍ପୂର୍ଣ୍ଣ ବିପରୀତ କାର୍ଯ୍ୟ କରିଛନ୍ତି। ସେ ଆହୁରି କହିଥିଲେ, ସଚିବ ହେଗସେଥ୍ ଜାଣିଶୁଣି ଏକ ବିଦେଶୀ ରାଷ୍ଟ୍ର ବିରୋଧରେ ଯୁଦ୍ଧ ଆରମ୍ଭ କରିବା ପାଇଁ ବେଆଇନ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିଛନ୍ତି। ସେ କଂଗ୍ରେସର ସାମ୍ବିଧାନିକ ଓ ଆଇନଗତ ନିଷ୍ପତ୍ତି ବଦଳରେ ନିଜର ବେଆଇନ କାର୍ଯ୍ୟନିର୍ବାହୀ ପଦକ୍ଷେପକୁ ଲାଗୁ କରିଛନ୍ତି। ସୋମବାର ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମାସି ଚେତାବନୀ ଦେଇ କହିଥିଲେ ଯେ, ଡେମୋକ୍ରାଟ୍ମାନେ କ୍ଷମତାକୁ ଆସିବା ପରେ ବହୁତ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବେ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande