
ନୂଆଦିଲ୍ଲୀ, ୧୦ ନଭେମ୍ବର (ହି.ସ.)। ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ନଭେମ୍ବର ୧୧ ତାରିଖରେ ତାମିଲନାଡୁର ତୁତିକୋରିନ ଗସ୍ତ କରିବେ। ଏହି ଅବସରରେ ସେ ତାମିଲନାଡୁ ମର୍କାଣ୍ଟାଇଲ ବ୍ୟାଙ୍କ ଲିମିଟେଡ୍ର ୧୦୫ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ।ଉପରାଷ୍ଟ୍ରପତି ସଚିବାଳୟ ପକ୍ଷରୁ ମଙ୍ଗଳବାର ଜାରି ସୂଚନା ଅନୁଯାୟୀ, ରାଧାକୃଷ୍ଣନ ତାଙ୍କ ଗସ୍ତ ସମୟରେ ଭି.ଓ. ଚିଦାମ୍ବରମ କଲେଜର ପ୍ଲାଟିନମ୍ ଜୁବିଲି ସମାରୋହ ଅବସରରେ ଆୟୋଜିତ ପୂର୍ବତନ ଛାତ୍ରଛାତ୍ରୀଙ୍କ ମିଳନ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ। ଉଲ୍ଲେଖନୀୟ ଯେ, ଏହି କଲେଜ ତାଙ୍କର ମଧ୍ୟ ଶିକ୍ଷାନୁଷ୍ଠାନ ଥିଲା।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା