ବାଲେଶ୍ୱରରେ ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ଏକୀକୃତ ପେନ୍ସନ ପରିଚାଳନା ପୋର୍ଟାଲ ଉଦଘାଟିତ
ଭୁବନେଶ୍ୱର, 10 ନଭେମ୍ବର (ହି.ସ.)- ବାଲେଶ୍ୱରରେ ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଧୁବାବୁ ପେନସନ୍ ଯୋଜନାରେ ୫,୦୫,୮୧୭ ନୂତନ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଛନ୍ତି । ଏହାସହିତ ଏକୀକୃତ ପେନ୍ସନ ପରିଚାଳନ
ଭତ୍ତା


ଭୁବନେଶ୍ୱର, 10 ନଭେମ୍ବର (ହି.ସ.)- ବାଲେଶ୍ୱରରେ ୫

ଲକ୍ଷ ନୂଆ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଧୁବାବୁ

ପେନସନ୍ ଯୋଜନାରେ ୫,୦୫,୮୧୭ ନୂତନ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଛନ୍ତି । ଏହାସହିତ ଏକୀକୃତ

ପେନ୍ସନ ପରିଚାଳନା ପୋର୍ଟାଲ (ୟୁପିଏମପି)

ମଧ୍ୟ ଉଦ୍ଘାଟିତ ହୋଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ

କହିଛନ୍ତି ଯେ, ଆଜି ଓଡ଼ିଶା ପାଇଁ ଐତିହାସିକ ଦିନ । ଆଉ କାହାକୁ ଭତ୍ତା ପାଇଁ ଅପେକ୍ଷା କରିବାକୁ ପଡ଼ିବ

ନାହିଁ । ଗତ ସରକାର ସମୟରେ ଏହାକୁ ବନ୍ଦ କରାଯାଇଥିଲା । ଗତ ସରକାର ଜିଲ୍ଲାମାନଙ୍କ ପାଇଁ କୋଟା

ବ୍ୟବସ୍ଥା କରିଥିଲେ । ଫଳରେ ଯୋଗ୍ୟ ହିତାଧିକାରୀ ହୋଇ ବି ଅପେକ୍ଷା କରି ରହିଥିଲେ । ଭ୍ୟାକେନ୍ସି

ହେଲେ ଯାଇ ସେମାନଙ୍କୁ ଭତ୍ତା ପ୍ରଦାନ ବ୍ୟବସ୍ଥା ଥିଲା । ଗୋଟିଏ ପଦ ଖାଲି ହେଲେ ଜଣଙ୍କୁ ସେହି

ତାଲିକାରେ ଯୋଡ଼ା ଯାଉଥିଲା । ଆମ ସରକାର ଏପରି ଏକ ଅମାନବୀୟ ବ୍ୟବସ୍ଥା ଦୂର ପାଇଁ ନିଷ୍ପତ୍ତି

ନେଲା । ଜଣଙ୍କୁ ମରଣକୁ ଆଉ ଜଣେ ଅପେକ୍ଷା କରି ରହିବା ଅମାନବୀୟ ବ୍ୟବସ୍ଥା ଥିଲା । ଆଜି ଠାରୁ

ଆଉ କାହାକୁ ଭତ୍ତା ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଏହା ଆମ ସରକାରଙ୍କ ପାଇଁ ଏହା

ଐତିହାସିକ ନିଷ୍ପତ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେ କହିଛନ୍ତି ଯେ, ପୂର୍ବରୁ

୩୬ ଲକ୍ଷ ୭୫ ହଜାର ହିତାଧିକାରୀ ଭତ୍ତା ପାଉଥିଲେ । ଆଜି ଏହି ସଂଖ୍ୟା ବଢ଼ି ୪୧ ଲକ୍ଷ ୮୦ ହଜାର

୮୨୫ରେ ପହଞ୍ଚିଛି । ଏଥିସହ ଭତ୍ତା ପାଇବା ପାଇଁ ଅନଲାଇନ୍ରେ ବ୍ୟବସ୍ଥା କରାଯାଇଛି । ଆଜିଠାରୁ ୟୁପିଏମପିପୋର୍ଟାଲରେ

ଆବେଦନ କରି ସୁବିଧା ପାଇବେ । ଘରର କେହି ଲୋକ ବି ଜନସେବା କେନ୍ଦ୍ର ମାଧ୍ୟମରେ ଆବେଦନ

କରିପାରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande