
ଭୁବନେଶ୍ୱର, 10 ନଭେମ୍ବର (ହି.ସ.) - ଦତ୍ତୋପନ୍ତ
ଠେଙ୍ଗଡ଼ୀଜୀଙ୍କ ଜୟନ୍ତୀରେ ତାଙ୍କୁ ପ୍ରଣାମ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଗଣିତ କାର୍ଯ୍ୟକର୍ତ୍ତାଙ୍କ
ପ୍ରେରଣାପୁଞ୍ଜ ଆଦରଣୀୟ ଦତ୍ତୋପନ୍ତ ଠେଙ୍ଗଡ଼ୀଜୀଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ। ରାଷ୍ଟ୍ର
ନିର୍ମାଣ ସହ ଶ୍ରମିକ, କୃଷକ ଓ ଯୁବପିଢ଼ିଙ୍କ କଲ୍ୟାଣ ପାଇଁ ସମର୍ପିତ ତାଙ୍କ ଜୀବନ ଓ ଆଦର୍ଶ
ସର୍ବଦା ଆମକୁ ପ୍ରେରଣା ଯୋଗାଉଥିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା