
ଭୁବନେଶ୍ୱର, 10 ନଭେମ୍ବର (ହି.ସ.)- ରାଜ୍ୟବାସୀଙ୍କୁ
ମାଣ୍ଡିଆ ଦିବସର ଶୁଭେଚ୍ଛା ଜଣାଇଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତି
ପରିଡା ।
ଏହି ଅବସରରେ ଏକ୍ସ
ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ମାଣ୍ଡିଆ ଦିବସ
ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା। ଆସନ୍ତୁ ସମସ୍ତେ ସଂକଳ୍ପ ନେବା, ଆମ ଖାଦ୍ୟରେ ପୁଷ୍ଟିକର ଓ ଜଳବାୟୁ ଉପଯୋଗୀ ମିଲେଟକୁ ସାମିଲ କରିବା
ଏବଂ ଖାଦ୍ୟ ବ୍ୟବସ୍ଥାରେ ସ୍ୱତନ୍ତ୍ର ସ୍ଥାନ ଦେଇ ଏକ ସୁସ୍ଥ ସମାଜ ସହ ଚାଷୀଙ୍କ କଲ୍ୟାଣ ଓ
ଚିରସ୍ଥାୟୀ ପୃଥିବୀ ଗଠନ ଦିଗରେ ଆଗକୁ ବଢ଼ିବା।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ‘ମାଣ୍ଡିଆ ଦିବସ’ ଅବସରରେ ସମସ୍ତଙ୍କୁ
ଶୁଭେଚ୍ଛା । ପୋଷଣ, ପରମ୍ପରା
ଓ ଚାଷୀଙ୍କ ସମୃଦ୍ଧିର ପ୍ରତୀକ ମାଣ୍ଡିଆ। ଆସନ୍ତୁ, ମାଣ୍ଡିଆର
ବ୍ୟବହାର ବଢ଼ାଇବା ସହ ଆମ କୃଷି ଓ ଖାଦ୍ୟ ସଂସ୍କୃତିକୁ ଆହୁରି ସମୃଦ୍ଧ କରିବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା