ମାଣ୍ଡିଆ ଦିବସରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାର୍ତ୍ତା
ଭୁବନେଶ୍ୱର, 10 ନଭେମ୍ବର (ହି.ସ.)- ମାଣ୍ଡିଆ ଦିବସର ଶୁଭେଚ୍ଛା ଜଣାଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ''ମାଣ୍ଡିଆ'' ଆଜି ଆମର ଐତିହ୍ୟ ଏବଂ ସ୍ୱାସ୍ଥ୍ୟର ପରିଚୟ ପାଲଟିଛି । ଏକ୍ସ ହ୍ୟାଣ୍ଡେଲରେ ମନ୍ତ୍ରୀ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଓଡ଼
ମାଣ୍ଡିଆ


ଭୁବନେଶ୍ୱର, 10 ନଭେମ୍ବର (ହି.ସ.)- ମାଣ୍ଡିଆ ଦିବସର

ଶୁଭେଚ୍ଛା ଜଣାଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, 'ମାଣ୍ଡିଆ' ଆଜି ଆମର ଐତିହ୍ୟ ଏବଂ ସ୍ୱାସ୍ଥ୍ୟର ପରିଚୟ ପାଲଟିଛି । ଏକ୍ସ ହ୍ୟାଣ୍ଡେଲରେ ମନ୍ତ୍ରୀ ଏକ

ବାର୍ତ୍ତା ଜାରି କରି କହିଛନ୍ତି ଯେ, ଓଡ଼ିଶାର ପାରମ୍ପରିକ ଖାଦ୍ୟ ତଥା ସ୍ୱାସ୍ଥ୍ୟପ୍ରଦ

ପୁଷ୍ଟିକର ଶସ୍ୟ 'ମାଣ୍ଡିଆ' ଆଜି ଆମର ଐତିହ୍ୟ ଏବଂ ସ୍ୱାସ୍ଥ୍ୟର ପରିଚୟ ପାଲଟିଛି। ମାନ୍ୟବର

ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ଓ ଓଡ଼ିଶା ମାଣ୍ଡିଆ ମିଶନର ସଫଳତା ଯୋଗୁଁ

ଆଜି ମାଣ୍ଡିଆ ଆମର ଦୈନନ୍ଦିନ ଥାଳିରୁ ଆନ୍ତର୍ଜାତୀୟ ବଜାର ପର୍ଯ୍ୟନ୍ତ ଆଦୃତ ହୋଇପାରିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande