
ଭୁବନେଶ୍ୱର, 10 ନଭେମ୍ବର (ହି.ସ.)- ମାଣ୍ଡିଆ
ଦିବସରେ ମାଣ୍ଡିଆ ଆମ ସମୃଦ୍ଧ କୃଷି ସଂସ୍କୃତିର ପରିଚୟ ବୋଲି କହିଛନ୍ତି ବିରୋଧୀ ଦଳ ନେତା
ନବୀନ ପଟ୍ଟନାୟକ । ମାଣ୍ଡିଆ ଦିବସରେ ଏହାକୁ ଦୈନନ୍ଦିନର ଖାଦ୍ୟରେ ସାମିଲ କରି ଏକ ସୁସ୍ଥ ଜୀବନ
ଆପଣାଇବାକୁ ଆହ୍ୱାନ ଦେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ଏହି ଅବସରରେ ଏକ୍ସ
ହ୍ୟାଣ୍ଡେଲରେ ନବୀନ ପଟ୍ଟନାୟକ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ମାଣ୍ଡିଆ କେବଳ
ପୁଷ୍ଟିକର ଖାଦ୍ୟ ନୁହେଁ, ଏହା ଆମ
ସମୃଦ୍ଧ କୃଷି ସଂସ୍କୃତିର ପରିଚୟ। ବିଜୁ ଜନତା ଦଳର ସରକାରରେ ଓଡ଼ିଶାର ମାଣ୍ଡିଆ ବିଶ୍ୱରେ ଆଦୃତ
ହୋଇଥିଲା। ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ସହ ଚାଷୀଙ୍କ ପରିଶ୍ରମକୁ ଉଚିତ ସମ୍ମାନ ମିଳିଥିଲା।
ଆସନ୍ତୁ,
ମାଣ୍ଡିଆ ଦିବସରେ ସଙ୍କଳ୍ପ ନେବା ଏହାକୁ ଦୈନନ୍ଦିନର ଖାଦ୍ୟରେ ସାମିଲ
କରି ଏକ ସୁସ୍ଥ ଜୀବନ ଆପଣାଇବା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା