ଟିକାକରଣ ହେଉଛି ସୁସ୍ଥ ଜୀବନ ଓ ସୁରକ୍ଷିତ ଭବିଷ୍ୟତର ଏକ ମଜବୁତ ଆଧାର- ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର, 10 ନଭେମ୍ବର (ହି.ସ.)- ବିଶ୍ୱ ଟିକାକରଣ ଦିବସର ଶୁଭେଚ୍ଛା ଜଣାଇ ଏହା ସୁସ୍ଥ ଜୀବନ ଓ ସୁରକ୍ଷିତ ଭବିଷ୍ୟତର ଏକ ମଜବୁତ ଆଧାର ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହି ଅବସରରେ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ମନ୍ତ୍ରୀ କହ
ଟିକା


ଭୁବନେଶ୍ୱର, 10 ନଭେମ୍ବର (ହି.ସ.)- ବିଶ୍ୱ ଟିକାକରଣ

ଦିବସର ଶୁଭେଚ୍ଛା ଜଣାଇ ଏହା ସୁସ୍ଥ ଜୀବନ ଓ ସୁରକ୍ଷିତ ଭବିଷ୍ୟତର ଏକ ମଜବୁତ ଆଧାର ବୋଲି

କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହି ଅବସରରେ ଏକ୍ସ ହ୍ୟାଣ୍ଡେଲରେ ଏକ

ବାର୍ତ୍ତା ଜାରି କରି ମନ୍ତ୍ରୀ କହିଛନ୍ତି ଯେ, ଟିକାକରଣ ହେଉଛି ସୁସ୍ଥ ଜୀବନ ଓ ସୁରକ୍ଷିତ

ଭବିଷ୍ୟତର ଏକ ମଜବୁତ ଆଧାର। ବିଭିନ୍ନ ସଂକ୍ରାମକ ରୋଗରୁ ନିଜକୁ, ନିଜ

ପରିବାରକୁ ଏବଂ ସମାଜକୁ ସୁରକ୍ଷା ଦେବାରେ ଟିକାକରଣର ଭୂମିକା ଅତୁଳନୀୟ। ଆସନ୍ତୁ, ଟିକାକରଣ

ସମ୍ପର୍କରେ ସଚେତନତା ବୃଦ୍ଧି କରିବା ସହ ପ୍ରତ୍ୟେକ ଶିଶୁ ଓ ନାଗରିକଙ୍କ ପାଇଁ ସୁସ୍ଥ ଓ ନିରାପଦ

ଜୀବନ ସୁନିଶ୍ଚିତ କରିବାର ସଂକଳ୍ପ ନେବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande