ଧାରା ଶ୍ରୀରାଧା ଟ୍ରଷ୍ଟ ପକ୍ଷରୁ ପଦ୍ମଶ୍ରୀ ଡଃ ଅଶୋକ ମହାପାତ୍ରଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା
ଭୁବନେଶ୍ୱର,୧୦ ନଭେମ୍ବର (ହି.ସ)- ସାମାଜିକ ଅନୁଷ୍ଠାନ ଧାରା ଶ୍ରୀରାଧା ଟ୍ରଷ୍ଟ ପକ୍ଷରୁ ପଦ୍ମଶ୍ରୀ ଡଃ ଅଶୋକ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଟ୍ରଷ୍ଟର ଅଧ୍ୟକ୍ଷ ଅମରେନ୍ଦ୍ର ମହାପାତ୍ରଙ୍କ ପୌରହିତ୍ୟରେ ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଆଶ୍ରମଠାରେ ଅନୁଷ୍ଠି
yjfuyk


ଭୁବନେଶ୍ୱର,୧୦ ନଭେମ୍ବର (ହି.ସ)- ସାମାଜିକ ଅନୁଷ୍ଠାନ ଧାରା ଶ୍ରୀରାଧା ଟ୍ରଷ୍ଟ ପକ୍ଷରୁ ପଦ୍ମଶ୍ରୀ ଡଃ ଅଶୋକ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଟ୍ରଷ୍ଟର ଅଧ୍ୟକ୍ଷ ଅମରେନ୍ଦ୍ର ମହାପାତ୍ରଙ୍କ ପୌରହିତ୍ୟରେ ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଆଶ୍ରମଠାରେ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରି ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ, ସ୍ୱର୍ଗତ ଡଃ ମହାପାତ୍ର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଜଣେ ସମର୍ପିତ ମଣିଷ ଥିଲେ। ଶ୍ରଦ୍ଧାଞ୍ଜଳି ଜଣାଇ ପୂର୍ବ ପ୍ରଶାସକ ସହଦେବ ଜୟସିଂହ ଓ ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସର ଅଧ୍ୟକ୍ଷ ସୀତାବଲ୍ଲଭ ମହାପାତ୍ର କିହଲେ ଯେ, ସ୍ୱର୍ଗତ ମହାପାତ୍ରଙ୍କୁ ସେ ଛାତ୍ର ଅବସ୍ଥାରୁ ଜାଣନ୍ତି। ସେ ଜଣେ ମାନବବାଦୀ ଡାକ୍ତର ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଂ ଶିଶିର ନାୟକ ଓ ଇଂ ବିଚିତ୍ରାନନ୍ଦ ଜେନା ଡଃ ମହାପାତ୍ରଙ୍କୁ ଜଣେ ଦେବଦୂତ ବୋଲି ବର୍ଣ୍ଣନା କରିଥିଲେ। ଶ୍ରୀମତୀ ସ୍ୱର୍ଣ୍ଣଲତା ମିଶ୍ର ଓ ସୁଜାତା ସିଂହ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଆମେ ପୁରୀବାସୀ ଗର୍ବିତ, ଆମ ଜିଲ୍ଲାରେ ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଡାକ୍ତର ଜନ୍ମ ନେଇଥିଲେ। ପୂର୍ବ ପ୍ରଶାସକ ପୁଷ୍ପରାଜ ପ୍ରଧାନ, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ ଓ ଆନନ୍ଦ ଚନ୍ଦ୍ର ପଟ୍ଟନାୟକ ସ୍ୱର୍ଗତ ମହାପାତ୍ରଙ୍କ ମଣିଷକୁ ଭଲ ପାଇବା ଗୁଣକୁ ପ୍ରଶଂସା କରିଥିଲେ। ଶେଷରେ ନାରାୟଣ ଖୁଂଟିଆ ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande