
ଜୟପୁର, ୧୦ ନଭେମ୍ବର (ହି.ସ.) - ସରକାରୀ ମହିଳା ମହାବିଦ୍ୟାଳୟ ଜୟପୁର ଠାରେ ବିଧାୟକ ତାରାପ୍ରସାଦ ବାହିନୀପତି ଙ୍କ କରକମଳରେ କ୍ୟାଂଟିନ୍ ଗୃହ ର ଶୁଭ ଉଦ୍ ଘାଟନ ହୋଇଯାଇଛି। ଆଇ.ଟି.ଡି.ଏ ବିଭାଗ ମାଧ୍ୟମରେ ବିଧାୟକ ପାଣ୍ଠି ରୁ ଅଟକଳ ମୂଲ୍ୟ - ୧୦,୦୦୦୦୦/(ଦଶ ଲକ୍ଷ) ଟଙ୍କା କ୍ୟାଂଟିନ୍ ଗୃହ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଥିଲା । ଆଜି ବିଧାୟକ ଉଦ୍ ଘାଟନ ପୂର୍ବକ ମହାବିଦ୍ୟାଳୟ କୁ ହସ୍ତାନ୍ତର କରିଥିଲେ । ଏହା ବ୍ୟତୀତ ମହାବିଦ୍ୟାଳୟର ଆହୁରି ଅନେକ ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଉକ୍ତ ଉଦଘାଟନୀ ଉତ୍ସବରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ବିବେକାନନ୍ଦ ସୁନାଙ୍କ ସମେତ ସମସ୍ତ ଅଧ୍ୟାପକ,ଅଧ୍ୟାପିକା, ଛାତ୍ରୀ ସଂସଦ ର ନିର୍ବାଚିତ ସମସ୍ତ ସଭ୍ୟ ଏବଂ ବହୁ ସଂଖ୍ୟାରେ ଛାତ୍ରୀ ମାନେ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି