
ଭୁବନେଶ୍ୱର, 10 ନଭେମ୍ବର (ହି.ସ.)- ବିଶ୍ୱ ବିଜ୍ଞାନ
ଦିବସର ଶୁଭେଚ୍ଛା ଜଣାଇଛନ୍ତି ବିଭିନ୍ନ ମନ୍ତ୍ରୀ ଓ ବିରୋଧୀ ଦଳ ନେତା ।
ଏହି ଅବସରରେ ଆଇନ ମନ୍ତ୍ରୀ
ପୃଥ୍ୱୀରାଜ ହରିଚନ୍ଦନ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ବିଜ୍ଞାନ
ହେଉଛି ଜ୍ଞାନ, ନବସୃଜନ ଓ ପ୍ରଗତିର ମୂଳ ଆଧାର। ଏକ ସମୃଦ୍ଧ, ସୁସ୍ଥ ଓ
ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅତୁଳନୀୟ। ବୈଜ୍ଞାନିକ ଚିନ୍ତାଧାରା, ଗବେଷଣା
ଓ ନୂତନ ଆବିଷ୍କାରକୁ ପ୍ରୋତ୍ସାହିତ କରି ଆସନ୍ତୁ ଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଶକ୍ତିରେ ଏକ
ଉନ୍ନତ ଭବିଷ୍ୟତ ଗଠନ କରିବା। ବିଜ୍ଞାନର ଆଲୋକରେ ଆଗେଇ ଚାଲୁ ମାନବ ସଭ୍ୟତା, ସମୃଦ୍ଧ
ହେଉ ଆମ ଦେଶ।
ଉଚ୍ଚଶିକ୍ଷା ମନ୍ତ୍ରୀ
ସୂର୍ଯ୍ୟବଂଶୀ ସୂରଜ ଏକ ବାର୍ତ୍ତାରେ କହିଛନ୍ତି ଯେ,ମାନବ ସମାଜର ପ୍ରଗତି, ଜ୍ଞାନର ବିକାଶ ଏବଂ ସମସ୍ୟାର ସମାଧାନ ଦିଗରେ ବିଜ୍ଞାନର ଭୂମିକା
ଅତୁଳନୀୟ। ଆଜିର ଏହି ପବିତ୍ର ଦିବସରେ ସମସ୍ତ ବୈଜ୍ଞାନିକ, ଗବେଷକ ଏବଂ ବିଜ୍ଞାନପ୍ରେମୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ।
ବିରୋଧୀ ଦଳ ନେତା ନବୀନ
ପଟ୍ଟନାୟକ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ବିଜ୍ଞାନ ହେଉଛି ଆଜିର
ଆହ୍ୱାନଗୁଡ଼ିକର ସମାଧାନ କରିବା ଏବଂ ଆସନ୍ତାକାଲିର ଭବିଷ୍ୟତକୁ ଗଢ଼ିବା ପାଇଁ ମାନବଜାତିର
ସବୁଠାରୁ ଶକ୍ତିଶାଳୀ ମାଧ୍ୟମ। ଶାନ୍ତି ଓ ବିକାଶ ପାଇଁ ବିଶ୍ୱ ବିଜ୍ଞାନ ଦିବସ ଅବସରରେ, ଆସନ୍ତୁ
ବୈଜ୍ଞାନିକ ମନୋଭାବର ପ୍ରସାର, ଜ୍ଞାନଭିତ୍ତିକ ସମାଜ ଗଠନ ଏବଂ ମାନବଜାତି ପାଇଁ ଏକ ସହନଶୀଳ ଓ
ସ୍ଥାୟୀ ଭବିଷ୍ୟତ ନିର୍ମାଣ ନିମନ୍ତେ ବିଜ୍ଞାନର ପ୍ରଚାର ଓ ପ୍ରସାରକୁ ପ୍ରୋତ୍ସାହିତ କରିବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା