ସୁରକ୍ଷିତ ସାର୍ବଜନୀନ ପରିବହନ ବ୍ୟବସ୍ଥା ହେଉଛି ସ୍ଥାୟୀ ସମାଜ ଗଠନର ମୂଳ ଆଧାର- ଆଇନ ମନ୍ତ୍ରୀ
ଭୁବନେଶ୍ୱର, 10 ନଭେମ୍ବର (ହି.ସ.)- ବିଶ୍ୱ ସାର୍ବଜନୀନ ପରିବହନ ଦିବସରେ ସୁରକ୍ଷିତ ସାର୍ବଜନୀନ ପରିବହନ ବ୍ୟବସ୍ଥା ହେଉଛି ସ୍ଥାୟୀ ସମାଜ ଗଠନର ମୂଳ ଆଧାର ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହି ଅବସରରେ ଏକ୍ସ ହ୍ୟାଣ୍ଡେଲରେ ମନ୍ତ୍ରୀ ଏକ ବାର୍ତ୍ତା ଜାରି କରି
ପରିବହନ


ଭୁବନେଶ୍ୱର, 10 ନଭେମ୍ବର (ହି.ସ.)- ବିଶ୍ୱ ସାର୍ବଜନୀନ ପରିବହନ ଦିବସରେ ସୁରକ୍ଷିତ

ସାର୍ବଜନୀନ ପରିବହନ ବ୍ୟବସ୍ଥା ହେଉଛି ସ୍ଥାୟୀ ସମାଜ ଗଠନର ମୂଳ ଆଧାର ବୋଲି କହିଛନ୍ତି ଆଇନ

ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହି ଅବସରରେ ଏକ୍ସ ହ୍ୟାଣ୍ଡେଲରେ ମନ୍ତ୍ରୀ ଏକ ବାର୍ତ୍ତା

ଜାରି କରି କହିଛନ୍ତି ଯେ, ସୁଗମ, ସୁଲଭ ଓ

ସୁରକ୍ଷିତ ସାର୍ବଜନୀନ ପରିବହନ ବ୍ୟବସ୍ଥା ଏକ ସମୃଦ୍ଧ ଓ ସ୍ଥାୟୀ ସମାଜ ଗଠନର ମୂଳ ଆଧାର।

ପରିବେଶ ସୁରକ୍ଷା, ଟ୍ରାଫିକ୍ ସମସ୍ୟା ହ୍ରାସ

ଏବଂ ସମସ୍ତଙ୍କ ପାଇଁ ସହଜ ଯାତାୟାତ ସୁନିଶ୍ଚିତ କରିବାରେ ସାର୍ବଜନୀନ ପରିବହନର ଭୂମିକା

ଅତୁଳନୀୟ। ଆସନ୍ତୁ, ସାର୍ବଜନୀନ

ପରିବହନକୁ ଆପଣାଇ ଏକ ସ୍ୱଚ୍ଛ, ସୁନ୍ଦର

ଓ ସବୁଜ ଭବିଷ୍ୟତ ଗଠନରେ ସହଭାଗୀ ହେବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande