ଡାକ୍ତର ଖାନାରେ ଔଷଧ ନାହିଁ,ରୋଗୀ ହନ୍ତସନ୍ତ
ଗଂଜାମ, 11 ନଭେମ୍ବର (ହି.ସ.) ଶେରଗଡ ବ୍ଲକର ପିତଳ ନୂତନ ପିଏଚସି ଉପରେ ପ୍ରାୟ ୨୦ ଟି ଗ୍ରାମର ଜନସାଧାରଣ ନିର୍ଭର କରୁଛନ୍ତି। ବାତ୍ୟା ଓ ବନ୍ୟା ପରେ ଏହି ଅଞ୍ଚଳର ବହୁ ବ୍ୟକ୍ତି ବର୍ତ୍ତମାନ ବିଭିନ୍ନ ସଂକ୍ରାମକ ରୋଗ ପୀଡ଼ିତ ହୋଇ ପଡୁଥିଵା ଜଣାପଡିଛି। ଅନ୍ୟ ପକ୍ଷରେ ଏହି ଡାକ୍ତରଖାନାରେ ରୋଗୀଙ୍କ ପାଇ
ଡାକ୍ତର ଖାନାରେ ଔଷଧ ନାହିଁ,ରୋଗୀ ହନ୍ତସନ୍ତ


ଗଂଜାମ, 11 ନଭେମ୍ବର (ହି.ସ.) ଶେରଗଡ ବ୍ଲକର ପିତଳ ନୂତନ ପିଏଚସି ଉପରେ ପ୍ରାୟ ୨୦ ଟି ଗ୍ରାମର ଜନସାଧାରଣ ନିର୍ଭର କରୁଛନ୍ତି। ବାତ୍ୟା ଓ ବନ୍ୟା ପରେ ଏହି ଅଞ୍ଚଳର ବହୁ ବ୍ୟକ୍ତି ବର୍ତ୍ତମାନ ବିଭିନ୍ନ ସଂକ୍ରାମକ ରୋଗ ପୀଡ଼ିତ ହୋଇ ପଡୁଥିଵା ଜଣାପଡିଛି। ଅନ୍ୟ ପକ୍ଷରେ ଏହି ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଆବଶ୍ୟକ ଔଷଧ ନାହିଁ , ଔଷଧ କିଣିବାକୁ ରୋଗୀଙ୍କ ପାଖରେ ଅର୍ଥ ବାଧକ ସାଜିଛି। ଫଳରେ ରୋଗୀମାନେ ଔଷଧ ପାଇଁ ହନ୍ତସନ୍ତ ହେଉଛନ୍ତି। ତୁରନ୍ତ ଗଞ୍ଜାମ ଜିଲ୍ଲା ସିଡିଏମଓ ଏଥିପ୍ରତି ଦୃଷ୍ଟି ଦେଇ ଏହି ଡାକ୍ତର ଖାନାକୁ ଔଷଧ ଯୋଗାଇ ଦେବାକୁ ଦାବି ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande