ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ।
ଖୋର୍ଦ୍ଧା, 11 ନଭେମ୍ବର (ହି.ସ.) ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ବାଣପୁର, ଟାଙ୍ଗୀ ଓ ଖୋର୍ଦ୍ଧା ବ୍ଲକ ର ଶତାଧିକ ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ଚାଷୀ, ବିଭିନ୍ନ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ।ସଭାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ
Mandia


ଖୋର୍ଦ୍ଧା, 11 ନଭେମ୍ବର (ହି.ସ.)

ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ବାଣପୁର, ଟାଙ୍ଗୀ ଓ ଖୋର୍ଦ୍ଧା ବ୍ଲକ ର ଶତାଧିକ ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ଚାଷୀ, ବିଭିନ୍ନ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ।ସଭାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନୋରଞ୍ଜନ ମିଶ୍ର ସଭାପତିତ୍ୱ କରିଥିଲେ।ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ପ୍ରଣୀଧନ ଅଧିକାରୀ ସଦାଶିବ ମହାପାତ୍ର ମାଣ୍ଡିଆ ଦିବସ ପାଳନ ର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ।

ଗ୍ରାମାଞ୍ଚଳରେ କମ ଖର୍ଚ୍ଚ ରେ ମାଣ୍ଡିଆ ଚାଷ କରି ଦୈନିକ ଖାଦ୍ୟ ଭାବରେ ଆପଣେଇ ନେବାର ସମୟ ଆସି ପହଁଚିଛି।ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଯଥା ରକ୍ତହୀନତା ଓ ଆଣ୍ଠୁ ଗଣ୍ଠି ବାତ ରୁ ରକ୍ଷା ପାଇବା ପାଇଁ ବିଭିନ୍ନ ବଟିକା ଖାଇବା ପରିବର୍ତ୍ତେ ମାଣ୍ଡିଆ ଖାଇବା ସହଜ।ଅନ୍ୟ ସ୍ୱାସ୍ଥ୍ୟ ଗତ ସମସ୍ୟା ସମାଧାନ ପାଇଁ ପୁଷ୍ଟି ଶସ୍ୟ ରେ ଥିବା ବିଭିନ୍ନ ଖାଦ୍ୟ ଉପାଦାନ ଆମ ଶରୀର ପାଇଁ ଅତ୍ୟନ୍ତ ଉପାଦେୟ ଅଟେ।ଉଦ୍ୟାନ କୃଷି ବିଦ୍ୟାଳୟର ଉପ ନିରଦେଶିକା ଉର୍ମିଳା ମହାପାତ୍ର କହିଲେ ଯେ ଯେତେବେଳେ ମାଆ ମାନେ ଦୈନିକ ଖାଦ୍ୟ ସାରଣୀ ରେ ମାଣ୍ଡିଆ ଜାତୀୟ ଖାଦ୍ୟ କୁ ସାମିଲ କରିବେ ସେତେବେଳେ ହିଁ ଏହି ଦିବସ ପାଳନ ର ସାର୍ଥକ ହେବ।ମାଣ୍ଡିଆ,ଜନ୍ହା, ସୁଆଁ, ବାଜରା ଇତ୍ୟାଦି ର ଅଟା, ଚୁନା ରୁ ବିଭିନ୍ନ ପିଠା, ଖୁସମୂସ ଖାଦ୍ୟ ସାମଗ୍ରୀ ତିଆରି କରି ଘରେ ଖାଇବା ସହ ବନ୍ଧୁ ମାନଙ୍କୁ ଖାଇବାକୁ ଦେଲେ ଏହାର ପ୍ରସାର ହେବ।

ଏହା ଦ୍ୱାରା ସ୍ୱାସ୍ଥ୍ୟ ଠିକ ରହିବା ସହ ବାହାର ଖାଦ୍ୟ ଉପରେ ନିର୍ଭର କରିବା କମିଯିବ। ଜିଲ୍ଲା ଜାଳବିଭାଜିକା ପ୍ରକଳ୍ପ ନିର୍ଦେଶକ ଶ୍ରୁତି ନନ୍ଦ ଏହି ମାଣ୍ଡିଆ ଦିବସ ପାଳନ ଅବସରରେ ଉପସ୍ଥିତ ଚାଷୀ ମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, କମ ପାଣିରେ, ଢିପ ଜମିରେ କମ ଖର୍ଚ୍ଚରେ ମାଣ୍ଡିଆ ଚାଷ ସହଜ ରେ କରିହେବ.ଏହି ଚାଷ ରେ ରୋଗ ପୋକ ସମସ୍ୟା ନାହିଁ କହିଲେ ଚଳେ. ଏଣୁ ପାହାଡ଼ ତଳି ଜମି ରେ ଧାନ ଚାଷ ପରିବର୍ତ୍ତେ ମାଣ୍ଡିଆ, ବାଜରା, ଜନ୍ହା, ସୁଆଁ ପରି ପୁଷ୍ଟି ଶସ୍ୟ ଚାଷ କରିବା ଆମ ସମସ୍ତ ଙ୍କ ଆବଶ୍ୟକ ତା ପୂରଣ କରିପାରିବ। ଖୋର୍ଦ୍ଧା ସମବାୟ ସମିତି ସମୂହ ର ଉପନିବନ୍ଧକ ବାଘମାତ ମାରାଣ୍ଡି କହିଲେ ଯେ ଆଜି ସରକାର ପ୍ରତିଟି ଚାଷୀ ର ଉତ୍ପାଦିତ ମାଣ୍ଡିଆ କୁ ସମବାୟ ସମିତି ଜରିଆରେ ସର୍ବନିମ୍ନ ସହାୟକ ମୂଲ୍ୟ ରେ କିଣି ବାର ବ୍ୟବସ୍ଥା କରିଛନ୍ତି।ଏଣୁ ଚାଷୀ ମାନେ ହାତୋତ୍ସାହିତ ନହୋଇ ସଠିକ ଭାବରେ ମାଣ୍ଡିଆ ଅମଳ ପରେ ଶୁଖାଇ ଓ ସଫା କରି ମଣ୍ଡି ରେ ବିକ୍ରି ପାଇଁ ପ୍ରସ୍ତୁତ ରହନ୍ତୁ ଓ ସେମାନଙ୍କ ନାମ ପଞ୍ଜିକରଣ କରନ୍ତୁ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ଉଦ୍ୟାନ କୃଷି ଉପନିର୍ଦେଶକ ଶ୍ରେୟା ଶାଶ୍ଵତୀ କହିଥିଲେ ଯେ ମାଣ୍ଡିଆ ହିଁ ଆଜି ବଜାର ରେ ଏକ ଚାହିଦା ଥିବା ଖାଦ୍ୟ।ମାଣ୍ଡିଆ କେକ, ନୂଡୁଲ, ସୁପ, ମୋମ ଇତ୍ୟାଦି ବହୁତ ବଡ଼ ବଡ଼ ମଲ ମାନଙ୍କ ରେ ବିକ୍ରି ହେଉଛି।ଏହା କେବଳ ଓଡିଶା ନୁହେଁ, ଭାରତର ସବୁ ବଡ ସହରରେ ଏପରି ଖାଦ୍ୟର ଆଦୃତ ହୋଇଛି ।ଏପରିକି ଅନ୍ତର୍ଜାତୀୟ ବଜାରରେ ଜୈବିକ ଖାଦ୍ୟ ଭାବରେ ଏହା ସବୁଠୁ ଆଗରେ ରହିଛି।ଏଣୁ ଆମେ ଏହି ପୁଷ୍ଟି ଶସ୍ୟକୁ ନିଶ୍ଚୟ ଖାଇବା ଆରମ୍ଭ କରିବା। ବାଣପୁର ଓ ଟାଙ୍ଗୀ ବ୍ଲକ ରେ ଗତ ତିନି ବର୍ଷ ଧରି ଚାଷ କରୁଛନ୍ତି ସେମାନଙ୍କ ମଧ୍ୟରୁ ଚାରି ଜଣ ସଫଳ ଚାଷୀ ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା, ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠୀ, ଦୁଇଜଣ ସାମାଜିକ ସହାୟକ, ଓ ଦୁଇଟି ଅନୁଷ୍ଠାନର ମୁଖ୍ୟ ଙ୍କୁ ପୁରସ୍କୃତ କରାଯାଇଥିଲା। ପୁଷ୍ଟି ଶସ୍ୟ ସମ୍ପର୍କରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା କରାଯାଇ ସେହି ସଭାସ୍ଥଳ ରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ଟାଙ୍ଗୀ କୃଷି ଜିଲ୍ଲା ଅଧିକାରୀ ବାସୁଦେବ ସାହୁ ଧନ୍ୟବାଦ ଅର୍ପଣ କରଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande