ଖଇନି ନଦେବାରୁ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ : ୧୪ ଦିନ ପରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଗିରଫ

ସମ୍ବଲପୁର, ୧୧, ନଭେମ୍ବର (ହି.ସ.) ଟିକିଏ ଖଇନି ମାଗିବାକୁ ନେଇ ଆରମ୍ଭ ହୋଇଥିବା ବଚସା ଶେଷରେ ଜଣେ ବୃଦ୍ଧଙ୍କୁ କାଠ ଫାଳିଆରେ ହୋଇଥିଲା ମରଣାନ୍ତକ ଆକ୍ରମଣ । ଦୀର୍ଘ ୧୪ ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରିବା ପରେ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା । ଏ ସମ୍ପର୍କରେ ଜମନକିରା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାନୁଯାୟୀ

ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଚକୁଳିଆବାହାଲ ଗ୍ରାମରେ ଗତ ଅକ୍ଟୋବର ୨୫ ତାରିଖରେ ଗ୍ରାମର ବଳରାମ ଖର୍ସେଲ ନାମକ ଜନୈକ ବୃଦ୍ଧ ହାତରେ ଖଇନି ଦଳୁଥିଲା । ଏହି ସମୟରେ ୩୨ ବର୍ଷୀୟ ଦୁଷ୍ମନ୍ତ ଖର୍ସେଲ ନାମକ ଯୁବକ ବଳରାମଙ୍କୁ ଟିକିଏ ଖଇନି ମାଗିଥିଲା । ବଳରାମ ଖଇନି ଦେବାକୁ ରୋକଠୋକ ମନା କରିବା ସହ ମାଗଣା ଖିଆ ବୋଲି ଆକ୍ଷେପ କରିଥିଲେ । ଏଥିରେ ଆତ୍ମସମ୍ମାନ ହାନୀ ହେବା ଅନୁଭବ କରି ଦୁଷ୍ମନ୍ତ ପାଖରେ ପଡିଥିବା ଏକ କାଠ ଫାଳିଆରେ ବଳରାମଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ବଳରାମ ରକ୍ତାକ୍ତ ହୋଇ ଗୁରୁତର ହୋଇ ପଡିବାରୁ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ୧୪ ଦିନ ଧରି ଚିକିତ୍ସା ଚାଲିଥିବା ବେଳେ ଗତ ନଭେମ୍ବର ୮ ତାରିଖରେ ବଳରାମଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ଜମନକିରା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତୁରନ୍ତ ଅଭିଯୁକ୍ତ ଦୁଷ୍ମନ୍ତ ଖର୍ସେଲକୁ ଗିରଫ କରିବା ସହ ଆକ୍ରମଣରେ ବ୍ୟବହୃତ କାଠ ଫାଳିଆକୁ ଜବତ କରିଥିଲା । ତଦନ୍ତ ରିପୋର୍ଟ ଲେଖାଯିବା ପରେ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା । ସେଠାରେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande