ଅବସରକାଳୀନ ସୁବିଧା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପଞ୍ଚାୟତ ସମ୍ପାଦକ ସଂଘ
ଘଟଗାଁ , ୧୧ ନଭେମ୍ବର (ହି.ସ.) ଅବସରପ୍ରାପ୍ତ ଗ୍ରାମ ପଞ୍ଚାୟତ ସମ୍ପାଦକମାନଙ୍କୁ ଅବସରକାଳୀନ ସରକାରୀ ପ୍ରୋତ୍ସାହନ ଯୋଗାଇଦେବା ଦାବି ନେଇ ଓଡ଼ିଶା ଅବସରପ୍ରାପ୍ତ ଗ୍ରାମ ପଞ୍ଚାୟତ ସମ୍ପାଦକ ସଂଘର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ରାଇକଳାସ୍ଥିତ ମୁଖ୍ୟମନ୍ତ୍
ଅବସରକାଳୀନ ସୁବିଧା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପଞ୍ଚାୟତ ସମ୍ପାଦକ ସଂଘ


ଘଟଗାଁ , ୧୧ ନଭେମ୍ବର (ହି.ସ.) ଅବସରପ୍ରାପ୍ତ ଗ୍ରାମ ପଞ୍ଚାୟତ ସମ୍ପାଦକମାନଙ୍କୁ ଅବସରକାଳୀନ ସରକାରୀ ପ୍ରୋତ୍ସାହନ ଯୋଗାଇଦେବା ଦାବି ନେଇ ଓଡ଼ିଶା ଅବସରପ୍ରାପ୍ତ ଗ୍ରାମ ପଞ୍ଚାୟତ ସମ୍ପାଦକ ସଂଘର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ରାଇକଳାସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସାକ୍ଷାତ କରି ସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

ପଞ୍ଚାୟତ ସମ୍ପାଦକମାନେ ଦୀର୍ଘବର୍ଷ ଧରି ଗ୍ରାମାଞ୍ଚଳର ପ୍ରଶାସନିକ ଓ ବିକାଶମୂଳକ କାର୍ଯ୍ୟରେ ନିଜର ସେବା ପ୍ରଦାନ କରି ଆସିଥିବାରୁ ଅବସର ପରେ ସେମାନଙ୍କୁ ଉପଯୁକ୍ତ ସରକାରୀ ପ୍ରୋତ୍ସାହନ ଓ ସୁବିଧା ଯୋଗାଇଦେବାକୁ ସଂଘ ଦାବି ଜଣାଇଥିଲା। ଏହି ଦାବିର କାର୍ଯ୍ୟକାରିତା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିନିଧି ଦଳକୁ ଆଶ୍ୱାସନା ଦେଇଥିବା ସଂଘ ପକ୍ଷରୁ ଜଣାପଡ଼ିଛି।

ଏହି ପ୍ରତିନିଧି ଦଳରେ ସଂଘର ସଭାପତି ପ୍ରଫୁଲ କୁମାର ରାୟ, ରାଜ୍ୟ ଉପସଭାପତି ବବ୍ରୁବାହନ ନାଏକ, ସମ୍ପାଦକ ବିରଞ୍ଚି ବେହେରା, କୋଷାଧ୍ୟକ୍ଷ ଘସ୍ରନାଥ ମହାନ୍ତ, ସଦସ୍ୟ ଯଦୁମଣି ମାଝୀ, ଗୋକୁଳାନନ୍ଦ କର, ହରିହର ମହାନ୍ତ, ସଂଘର ମୁଖ୍ୟ ଉପଦେଷ୍ଟା ମାୟାଧର ବାରିକ ଏବଂ ସଂଘର ପ୍ରତିଷ୍ଠାତା ସ୍ୱର୍ଗତ ଭଗବାନ ମହାପାତ୍ରଙ୍କ କନ୍ୟା ତଥା ସଂଯୋଜିକା ଶୁଭଲକ୍ଷ୍ମୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଭୁବନେଶ୍ୱରଠାରେ ଅନୁଷ୍ଠିତ ପୂର୍ବତନ ରାଜ୍ୟସ୍ତରୀୟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କ୍ରମେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଆଲୋଚନା କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande