

ଖୋର୍ଦ୍ଧା, 11 ନଭେମ୍ବର (ହି.ସ.)ଚେତନାର ଦ୍ଵିତୀୟ ଦିବସରେ ସକାଳୁ ପିଲାମାନେ ଏରୋବିକ୍ ଓ ଯୋଗ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିସାରିବା ପରେ ଖାଦ୍ୟମେଳା ପାଇଁ ପ୍ରସ୍ତୁତ ହୋଇଥିଲେ । ଅପରାହ୍ନ ୩ଟାରେ ଖାଦ୍ୟ ମେଳାକୁ ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ର ଉଦ୍ଘାଟନ କରିଥିଲେ । ଖାଦ୍ୟମେଳାରେ ୨୪ଟି ଜିଲ୍ଲାରୁ ପିଲାମାନେ ଅଂଶଗ୍ରହଣ କରି ବିଭିନ୍ନ ପ୍ରକାର ଖାଦ୍ୟ ମାନ ପ୍ରସ୍ତୁତ କରିଥିଲେ ।ସଂଧ୍ୟାରେ ଆଇଏଏସ୍ ନିର୍ଦ୍ଦେଶକ ମାଧ୍ଯମିକ ଶିକ୍ଷା ନିର୍ଦ୍ଦେଶାଳୟ ଯୁଗଳେଶ୍ଵରୀ ଦାଶ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ଏହି ଏହି ସ୍କାଉଟିଂ ମାଧ୍ଯମରେ ଯଦି ଜଣେ କଠିନ ପରିଶ୍ରମ କରି ଲକ୍ଷ୍ୟ ସ୍ଥିର ରଖି ଆଗକୁ ବଢ଼ିଲେ ହିଁ ସୁସ୍ଥ ସମାଜ ଗଠନ କରି କରିପାରିବେ ଏବଂ ସର୍ବାଙ୍ଗୀନ ବିକାଶ ଦିଗରେ ସ୍କାଉଟିଂ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ । ଅନାମିକା ଦାସ ସ୍ଵାଗତ ଭାଷଣ ଦେଇଥିବା ବେଳେ ରାଜ୍ୟ ସମ୍ପାଦକ ଶରତ ଚନ୍ଦ୍ର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସ୍କାଉଟ ଓ ଗାଇଡ୍ମାନଙ୍କ ଦ୍ବାରା ଆକର୍ଷଣୀୟ ନୃତ୍ୟ ପରିବେଷଣ କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ